ଗରିବ ମା, ଭଉଣୀଙ୍କ ଆଖିରୁ ଲୁହ ପୋଛିଛି ଉଜ୍ଜଳା-ଧର୍ମେନ୍ଦ୍ର ପ୍ରଧାନ

Oct 6, 2018 - 20:24
 200
ଗରିବ ମା, ଭଉଣୀଙ୍କ ଆଖିରୁ ଲୁହ ପୋଛିଛି ଉଜ୍ଜଳା-ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୬/୧୦ (ସକାଳଖବର): ପ୍ରଧାନମବୀ ନରେନ୍ଦ୍ର ମୋଦି ଦେଶର ଗରିବ ମା ଭଉଣୀ ମାନଙ୍କୁ ସେବା କରିବା ପାଇଁ ଦେଇଥିବା ପ୍ରତିଶୃତି କେବଳ ଭାଷଣ ନଥିଲା ଏହା ଥିଲା ଦାୟିତ୍ୱ , ଯାହା ଉଜ୍ଜଳା ଯୋଜନା ମାଧ୍ୟମରେ ଏଲପିଜି ସଂଯୋଗ ପହଁଚାଇ ମା ଆଖିରୁ ଲୁହ ପୋଛି କାମରେ ପରିଣତ କରିଛନ୍ତି । ଓଡିଶାର ଉଜ୍ଜଳା ଯୋଜନାର ହିତାଧିକାରୀ ମାନଙ୍କ ସହ ୧୦୦ଟି ସ୍ଥାନରେ ଏକାଠି ହୋଇଥିବା ୧୮ ହଜାରରୁ ଅଧିକ ମହିଳା ହିତାଧିକାରୀଙ୍କ ସହ ଭିଡିଓ କନଫରେନସିଂରେ କଥା ହେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାର ଆସିବା ପରେ ଓଡିଶାରେ ୫୩ ଲକ୍ଷ ପରିବାରକୁ ନୂଆ ଏଲପିଜି ସଂଯୋଗ ଯାଇଥିବା ବେଳେ ସେଥିମଧ୍ୟରୁ ଉଜ୍ଜଳା ଯୋଜନାରେ ୩୪ ଲକ୍ଷ ଉଜ୍ଜଳା ଗ୍ୟାସ ସଂଯୋଗ ଦିଆଯାଇଛି । ଓଡିଶାରେ ୧ କୋଟି ପରିବାର ରହିଥିବା ବେଳେ ସେଥିମଧ୍ୟରୁ ୨୦୧୪ ମସିହା ସୁଦ୍ଧା ୨୦ ଲକ୍ଷ ଘରେ ଗ୍ୟାସ ସଂଯୋଗ ହୋଇଥିବା ବେଳେ ଏବେ ଏହା ୭୩ ଲକ୍ଷରେ ପହଁଚିଛି । ଏହି ଅବସରରେ କେନ୍ଦ୍ରମବୀ ଶ୍ରୀ ପ୍ରଧାନ କହିଥିଲେ ଯେ, ୨୦୧୪ ମସିହା ସୁଦ୍ଧା ସାରା ଦେଶରେ ୧୩ କୋଟି ଏଲପିଜି କନକେସନ ଦିଆଯାଇଥିବା ବେଳେ ଏବେ ଏହା ଆସି ୨୩ କୋଟିରେ ପହଁଚିଛି ଓ ଉଜ୍ଜଳା ଯୋଜନାରେ ମୋଦି ସରକାର ସାଢେ ୫ କୋଟିରୁ ଅଧିକ ପରିବାରରେ ମାଗଣାରେ ଗ୍ୟାସ ସଂଯୋଗ ପହଁଚାଇଛନ୍ତି । ପ୍ରଧାନମବୀଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିବା ପ୍ରଧାନମବୀ ଉଜ୍ଜଳା ଯୋଜନା ଆଜି ଏକ ଜନଆନେ୍ଦାଳନରେ ପରିଣତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆଜି କେନ୍ଦ୍ରମବୀ ଶ୍ରୀ ପ୍ରଧାନ ଉଜ୍ଜଳା ପଂଚାୟତ ମାଧ୍ୟମରେ ୧୮ ହଜାର ମା ଭଉଣୀଙ୍କ ସହ ଆଲୋଚନା କରିଥିଲେ । ସେଥିମଧ୍ୟରୁ ମୟୁରଭଞ୍ଜ, କୋରାପୁଟ, ଅନୁଗୁଳ, ସଙ୍କଲପୁର ଓ ଗଞ୍ଜାମ ଜିଲାରେ ୨୫ ଜଣଙ୍କ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।ଏହି କଥାବାର୍ତା ସମୟରେ ଏହି ଉଜ୍ଜଳାର ହିତାଧିକାରୀ ମାନେ ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ଏହି ଯୋଜନା ଯୋଗୁଁ ସେମାନେ କିପରି ସଶକ୍ତ ହୋଇପାରିଛନ୍ତି । ସେହିପରି ଏଲପିଜିର ବ୍ୟବହାର ସମୟରେ ସୁରକ୍ଷା ଦିଗ ପ୍ରତି ଅଧିକ ସଜାଗ ରହିବା ପାଇଁ ମହିଳା ହିତାଧିକାରୀ ମାନଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।