ଉଜ୍ଜ୍ୱଳା ମହାଦୁର୍ନୀତିରୁ ନଜର ହଟାଇବାକୁ ଧର୍ମେନ୍ଦ୍ରଙ୍କ ଉଦ୍ୟମ :ବିଜେଡି
ଭୁବନେଶ୍ୱର, ୬/୧୦ (ସକାଳଖବର) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଜ୍ଜ୍ୱଳା ଯୋଜନାର ମହାଦୁର୍ନୀତିରୁ ନଜର ଏଡାଇବା ପାଇଁ ଆଜି ଏକ ବିଫଳ ପ୍ରୟାସ କରିଛନ୍ତି । ଭିଡିଓ କନ୍ଫରେନ୍ସି ଜରିଆରେ ଉଜ୍ଜ୍ୱଳା ଯୋଜନାର ଯେଉଁ ସଫଳତା ବିଷୟରେ ସେ ବଖାଣିଛନ୍ତି, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ତାଙ୍କ ମନରେ ଉଜ୍ଜ୍ୱଳା ଦୁର୍ନୀତିକୁ ନେଇ ଯେଉଁ ଭୟ ଘାରିଛି ତା’ର ପ୍ରତିଫଳନ । ଉଜ୍ଜ୍ୱଳା ଯୋଜନାର ମହାଦୁର୍ନୀତି ହୋଇଛି ବୋଲି କେବଳ ବିଜୁ ଜନତା ଦଳ ନୁହେଁ, ସାରା ଦେଶର ଜନସାଧାରଣଙ୍କ ମଧ୍ୟରେ ଆଜି ଏକ ବଡ଼ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଥିନେଇ ଯେଉଁ ଦୁର୍ନୀତିର ଅଭିଯୋଗ ଆସିଥିଲା, ତାହାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ମାନି ସାରିଛନ୍ତି । ନିଜର ମଳିନ ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ଭିଡିଓ କନ୍ଫରେନ୍ସ ଜରିଆରେ ଯେଉଁ ଅପଚେଷ୍ଟା କରିଥିଲେ, ତାହା ଫସର ଫାଟିଯାଇଛି । ଓଡ଼ିଶାର ଜନସାଧାରଣଙ୍କ
ସ୧ୁଖରେ କେନ୍ଦ୍ରମନ୍ତ୍ରୀ ‘ମିଛୁଆ ରାଧୁଆ’ ବୋଲି ଧରାପଡିଯାଇଛନ୍ତି । ଉଜ୍ଜ୍ୱଳା ଯୋଜନାରେ ୩୦ଲକ୍ଷ ହିତାଧିକାରୀ ଓଡ଼ିଶାରେ ଥିଲାବେଳେ ୨୪ଲକ୍ଷ ରନ୍ଧନ ଗ୍ୟାସ୍ ସିଲିଣ୍ଡର ରିଫିଲିଂ ନହେବା ଏହି ଯୋଜନାର ଏକ ବିଫଳତା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଏହି କାର୍ଯ୍ୟକ୍ରମ କରିଛନ୍ତି । ଓଡ଼ିଶାର ଜନସାଧାରଣ ଧର୍ମେନ୍ଦ୍ର ପ୍ରଧାନଙ୍କ ଅସଲ ଚେହେରା ଦେଖିସାରିଛନ୍ତି ଏବଂ ଏକ ଦୁର୍ନୀତିଗ୍ରସ୍ତ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ କିଛି ଭଲ ଆଶା କରାଯାଇପାରେ ନାହିଁ, ଏହା ମଧ୍ୟ ସ୍ପଷ୍ଟ ଭାବେ ବିବେଚନା କରୁଛନ୍ତି । ବିଜେଡି କେନ୍ଦ୍ରମନ୍ତ୍ରୀ ଙ୍କୁ ଆହ୍ୱାନ କରୁଛି, ଯେ ଉଜ୍ଜ୍ୱଳା ଯୋଜନାର ଏହି ମହାଦୁର୍ନୀତିରେ କେଉଁମାନେ ସଂପୃକ୍ତ ଅଛନ୍ତି ଏବଂ ଏହି ଦୁର୍ନୀତିର ଚେର କେତେଦୂର ବ୍ୟାପିଛି ଏହା ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଜଣାଇଲେ ସେ ନିଜର ପାପ ଧୋଇପାରନ୍ତେ ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।