ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରପଡ଼ା ଗସ୍ତ ସଫଳ ପାଇଁ ପ୍ରସ୍ତୁତି

Feb 9, 2019 - 18:29
 139
ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରପଡ଼ା ଗସ୍ତ ସଫଳ ପାଇଁ ପ୍ରସ୍ତୁତି
କେନ୍ଦ୍ରପଡ଼ା, ୯/୨(ସକାଳଖବର): ଆସନ୍ତା ୧୫ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନିକ ତପôରତା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବିଜେଡି କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର କୁମାର ସହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ତଥା ରାଜନଗର ନିର୍ବାଚନମଣ୍ଡଳୀ ବିଜେଡିନେତା ଧ୍ରୁବ ସାହୁ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁବାବୁଙ୍କ କର୍ମଭୂମି ଭାବରେ ପରିଚିତ କେନ୍ଦ୍ରାପଡ଼ାକୁ ନବୀନ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରି ବିକାଶର ଶୀର୍ଷରେ ପହଂଚାଇଥିବାରୁ ଆସନ୍ତା ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ଓ ବିକାଶ ସମାବେଶରେ ଲକ୍ଷାଧିକ ଲୋକଙ୍କ ସମାଗମ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିବାରୁ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ଗସ୍ତକୁ ସବୁମତେ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ଉପାଧ୍ୟକ୍ଷ ସୁଶାନ୍ତ ଦାସ, ପ୍ରାକ୍ତନ ପୌରାଧ୍ୟକ୍ଷ ବୈଜୟନ୍ତୀମାଳା ଲେଙ୍କା, ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ନଗର ବିଜେଡି ସଭାପତି ଭୋଳାନାଥ ପାଢୀ,. ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ, ଜିଲ୍ଲାପରିଷଦ ସଦସ୍ୟ ପ୍ରଫୁଲ୍ଲ ପ୍ରଧାନ ଓ ସାରଥୀ ଦାଶ, ବ୍ଲକ ବିଜେଡି ଉପସଭାପତି ସୁରେଶ ପଣ୍ଡା ଓ ସର୍ବେଶ୍ୱର ମହାନ୍ତି, ଜିଲ୍ଲା ବିଜେଡି ଦଳିତେଲ ସଭାପତି ବାରେଣୀ ସେଠୀ, ବ୍ଲକ ବିଜେଡି ସାଧାରଣ ସଂପାଦକ କଳାକର ପ୍ରଧାନ, ଓଉପଦା ସରପଂଚ ସୁବାଷ ଖଟୁଆ, ଯୁବନେତା ଫୂକୁ ସମନ୍ତାରାୟ, ସ୍ୱପ୍ନରଞ୍ଜନ ବେହେରା, ସୁରେନ୍ଦ୍ର ଗିରି, ଦିବାକର ସେଠୀ, ପୂର୍ଣ୍ଣ ଚନ୍ଦ୍ର ସିଂହ, ରାମଚନ୍ଦ୍ର ରାଉତ, ରବି ମାଝି, ସଞ୍ଜୟ ଦାସ, ପରମାନନ୍ଦ ପଲାଇ, ନିକୁଞ୍ଜ ଦାସ, ରଶ୍ମୀରଞ୍ଜନ ପାଢୀ, ରଞିତ ମଳିକ, ମଳୟ ମଳିକ, ଶିଶିର ମଳିକ, ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ବହୁ ବିଜେଡି ନେତା ଓ କର୍ମକର୍ତା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି କର୍ମୀମାନଙ୍କ ମଧ୍ୟରେ ଯଥେଷ୍ଟ ଉସôାହ ସୃଷ୍ଟି ହୋଇଛି ।