ଚଳିତ ମାସରେ ଓଡିଶା ଆସିବେ ରାଜନାଥ, ଯୋଗୀ ଆଦିତ୍ୟନାଥ, ଗିରିରାଜ ଓ ରାମକୃପାଲ
ଭୁବନେଶ୍ୱର,୮/୨(ସକାଳଖବର) ରାଜ୍ୟରେ ଦୀର୍ଘ ୧୯ ବର୍ଷ ଧରି ଦୁର୍ନୀତି ଓ ଭଷ୍ଟ୍ରାଚାରରେ ଲିପ୍ତ ଥିବା ସରକାରକୁ ହଟାଇବା ପାଇଁ ଓଡିଶାବାସୀ ମନ ବଳାଇ ସାରିଲେଣି । ରାଜ୍ୟରେ ସୁଶାସନ ପ୍ରତିଷ୍ଠା କରିବା ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ । ଏ ବିଜେଡି ସରକାର ବଦଳିବା ପାଇଁ ଲୋକ ସଙ୍କଳ୍ପ କରିସାରିଛନ୍ତି । ମିଶନ ୧୨୦କୁ ସଫଳ କରିବା ପରିପ୍ରେକ୍ଷୀରେ ଆଗାମୀ ଫେବୃଆରୀ ୧୭ ତାରିଖ ଦିନ ଗୃହମନ୍ତ୍ରୀ ରାଜନାଥ ସିଂହ ଓଡିଶା ଗସ୍ତର ଆସିବେ । ସେହିପରି ଓଡିଶାରେ ପ୍ରଚାରର ମଙ୍ଗ ଧରିବେ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥି ସହ କେନ୍ଦ୍ର ସୁକ୍ଷ୍ମ, ଲଘୁ, ଏବଂ ମଧ୍ୟମ ଉଦ୍ୟୋଗ ରାଜ୍ୟମନ୍ତ୍ରୀ ଗିରିରାଜ ସିଂହ, ଗ୍ରାମୀଣ ବିକାଶ ରାଜ୍ୟମନ୍ତ୍ରୀ ରାମକୃପାଲ ଯାଦବ, ସଡକ ପରିବହନ ଓ ରାଜମାର୍ଗ ରାଜ୍ୟମନ୍ତ୍ରୀ ମନସୁଖଭାଇ ମଣ୍ଡାଭିଆ, ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି ।
ଦେଶର ବିକାଶ ତଥା ପୂର୍ବ ଭାରତର ବିକାଶ ପାଇଁ ମୋଦି ସରକାର ଅହରହ ଉଦ୍ୟମ କରିଚାଲିଛନ୍ତି । ବିଶେଷ କରି ରାଜ୍ୟର ବିକାଶ ପାଇଁ ମୋଦି ସରକାର ଦୃଢ ପ୍ରତିଶୃତି ବଦ୍ଧ । ସେଥିଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ବିକାଶ ପାଇଁ ହଜାର ହଜାର କୋଟି ଅନୁଦାନ ଦେଇଛନ୍ତି ଯାହାକି କେବେ ଓଡିଶାକୁ କୌଣସି କେନ୍ଦ୍ର ସରକାର କେବେ ଦେଇନଥିଲେ । ଆଗାମୀ ଦିନରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ ଏବଂ ନେତା ପହଂଚି ଉଦବୋଧନ ଦେବେ । ସେହିପରି ‘ମୋ ଘର ଭାଜାପା ଘର’ କାର୍ଯ୍ୟକ୍ରମରେ ବୁଥସ୍ତରରେ କାର୍ଯ୍ୟକର୍ତାମାନଙ୍କ ସହ ଆଲୋଚନା କରିବେ । ‘କମଳ ଜ୍ୟୋତି’ ସଂକଳ୍ପ କାର୍ଯ୍ୟକ୍ରମ ବୁଥସ୍ତରରେ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ବି ବୁଥସ୍ତରୀୟ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରି ସିଧା ସଳଖ ସମ୍ବାଦ ଦେବେ ।