କ୍ୱାର୍ଟର ଛାଡିବାକୁ ନେଇ ଦେବାଶିଷ ଅସନ୍ତୁଷ୍ଟ

Sep 18, 2019 - 06:00
 90
ଭୁବନେଶ୍ୱର, ୧୬/୯(ସକାଳଖବର): ନବୀନବାବୁଙ୍କ ସହିତ ଭୁବନେଶ୍ୱରରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ରହିଥିଲି । ତାଙ୍କ ନେତୃତ୍ୱରେ ବିଜେଡ଼ି ଦଳ ଗଠନ କରାଯାଇଥିଲା । ମାତ୍ର ଏବେ ସେ ସମୟ ଆଉ ନାହିଁ । ସମୟର ପରିବର୍ତନ ଘଟିଛି ବୋଲି ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ପ୍ରକାଶ କରିଛନ୍ତି । ସରକାରୀ କ୍ୱାଟର ଛାଡ଼ିବା ନେଇ ପୂର୍ବତନ ବିଧାୟକ ମାନଙ୍କୁ ବାଚସ୍ପତି ପଠାଇଥିବା ନୋଟିସ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ନାୟକ କହିଥିଲେ ଯେ, ଏହା ଶୋଭନୀୟ ନୁହେଁ । ଜଣେ ଚପରାଶି ହାତରେ ଘର ଛାଡ଼ିବା ପାଇଁ ନୋଟିସ ପଠାଇବା ଓ କେସ କରିବା କହିବା ଠିକ୍ ହୋଇନାହିଁ । ବାଚସ୍ପତି ଚାହିଁଥିଲେ ଟେଲିଫୋନରେ ଏ ସମ୍ପର୍କରେ କଥାବାର୍ତା ହୋଇପାରିଥାନ୍ତେ । ବର୍ତମାନ ଯେଭଳି ଶାସନ ଚାଲିଛି ତାହା ଲୋକେ ଜାଣିଛନ୍ତି । ସେଥିରେ ଆମେ ନିଜେ ଫିଟିଂ ହୋଇପାରୁନାହୁଁ ବୋଲି ସେ କହିଥିଲେ ।