ମିଲରଙ୍କୁ ଗିରଫ କରାଯିବ -ସୂର୍ଯ୍ୟ

Dec 10, 2018 - 18:23
 184
ମିଲରଙ୍କୁ ଗିରଫ କରାଯିବ -ସୂର୍ଯ୍ୟ
ଭୁବନେଶ୍ୱର, ୧୦/୧୨(ସକାଳଖବର): ଧାନ କିଣାରେ କାଂଟ ଛାଂଟ କରାଯାଉଛି ବୋଲି ବିରୋଧି ଦଳ ପକ୍ଷରୁ ଯେଉଁ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ତାହା ଉପରେ ଯାଂଚ କରାଯିବ । ଯଦି ମିଲର ମାନେ ଏହା କରୁଥିବାର ପ୍ରମାଣ ମିଳେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ପ୍ରଥମେ ଗିରଫ କରାଯିବ । ଆବଶ୍ୟକ ପଡ଼ିଲେ ଲାଇସେନ୍ସକୁ ମଧ୍ୟ ବାତିଲ କରିବାକୁ ସରକାର ପଛେଇବେ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ୨୩ଟି ଜିଲ୍ଲାରେ ଧାନ ସଂଗ୍ରହ ଚାଲିଛି । ଆସନ୍ତା ୧୫ ତାରିଖରେ ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବ । ବରଗଡ଼ ଓ ବୌଦ୍ଧ ଜିଲ୍ଲାରେ ଏହି କାଂଟ ଛାଂଟ ଚାଲିଛି । ମଣ୍ଡିରେ ଧାନ ବିକ୍ରି ହୋଇନପାରି ପଡ଼ି ରହିଥିବା ଉପରେ ଅନୁଧ୍ୟାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।