ଶାଳଗାଡ଼ିଆରେ ୧୦ ବଖରା ଭସ୍ମୀଭୂତ

Dec 9, 2018 - 16:57
 160
ଅନୁଗୋଳ,୯/୧୨(ସକାଳଖବର): ବଅଁରପାଳ ବ୍ଲକ ଗୋତମରା ପଞ୍ଚାୟତର ଶାଳଗାଡ଼ିଆ ଗ୍ରାମ ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଭସ୍ମୀଭୂତ ହୋଇଯାଇଛି । ବିଦ୍ୟୁତ ସଟ୍ ସର୍କିଟ୍ ଯୋଗୁ ହଠାତ ଚାଳ ଛପର ଘରଗୁଡ଼ିକରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଗ୍ରାମର ପ୍ରମୋଦ ନାଏକ, ରଞ୍ଜନ ନାଏକ ରାଜକିଶୋର ନାଏକ,ବାନାମ୍ବର ନାଏକ, ଶିବ ନାଏକ ପ୍ରମୁଖଙ୍କ ଘର ପୋଡ଼ିଯାଇଛି । ଖ୍ବର ପାଇ ବୁଢ଼ାପଙ୍କ ଦମକଳବାହିନୀ ପହଞ୍ଚô ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଅଗ୍ନିକାଣ୍ଡରେ ୭ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି ।