ବିଜେପି ଏବଂ କଂଗ୍ରେସ ଠାରୁ ବିଜେଡ଼ି ସମ ଦୂରତାରେ ରହିଛି - ପ୍ରତାପ ଦେବ

Dec 10, 2018 - 18:25
 159
ବିଜେପି ଏବଂ କଂଗ୍ରେସ ଠାରୁ ବିଜେଡ଼ି ସମ ଦୂରତାରେ ରହିଛି - ପ୍ରତାପ ଦେବ
ଭୁବନେଶ୍ୱର, ୧୦/୧୨(ସକାଳଖବର): ବିଜେପି ଏବଂ କଂଗ୍ରେସ ଠାରୁ ବିଜେଡ଼ି ସମ ଦୂରତାରେ ରହିଛି ବୋଲି ବିଜେଡ଼ି ଦଳର ମୁଖପାତ୍ର ପ୍ରତାପ ଦେବ ପ୍ରକାଶ କରିଛନ୍ତି । ତୃତୀୟ ସାମ୍ମୁଖ୍ୟ ଗଠନ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦଳ ପାଖରେ ନାହିଁ । ଏ ସମ୍ପର୍କରେ କେହି ଦଳକୁ ଜଣାଇ ନାହାଁନ୍ତି । ତେଣୁ ଆମକୁ ଡାକିବାର ପ୍ରଶ୍ନ ଉଠୁନାହିଁ । ଇଲେକସନ ନିର୍ବାଚନ ଘୋଷଣା ହେଲା ପରେ ପରିସ୍ଥିତି ଦେଖି ନିଷ୍ପତି ନିଆଯିବ । ବିଜେଡ଼ି ଏକାକୀ ଲଢ଼ିବ ବୋଲି ସେ କହିଥିଲେ ।