ମହାନଦୀ ସୁରକ୍ଷା ଅଭିଯାନର ଜନଜାଗରଣ ଜାରି

May 22, 2018 - 15:50
 151
ମହାନଦୀ ସୁରକ୍ଷା ଅଭିଯାନର ଜନଜାଗରଣ ଜାରି
ଭୁବନେଶ୍ୱର,୨୧/୫/:( ସକାଳଖବର) ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲାର ଚିଖଲି ଠାରୁ ଶୁଭାରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଜନଜାଗରଣ ଯାତ୍ରା ଆଜି ଷଷ୍ଠ ଦିବସରେ ପହଞ୍ଚିôଛି । ଏହି ଜନଜାଗରଣ ଯାତ୍ରାର ଦକ୍ଷିଣ ପାଶ୍ୱର୍ ଅଭିଯାତ୍ରୀ କଟକ ବାରବାଟୀ ଷ୍ଟାଡିୟମରୁ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିବା ବେଳେ ବାମ ପାଶ୍ୱର୍ର ଅଭିଯାତ୍ରୀ ଆଠଗଡ଼ରୁ ଚୌଦ୍ୱାରା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ମହାନଦୀର ଦକ୍ଷିଣ ପାଶ୍ୱର୍ରେ ଉପ-ସଭାପତି ପ୍ରସନ୍ନ ଆଚାର୍ଯଙ୍କ ନେତୃତ୍ୱରେ ମହାନଦୀ ସୁରକ୍ଷା ପାଇଁ ଜନଜାଗରଣ ଅଭିଯାନ ସୋମବାର କଟକ ବାରବାଟୀ ଷ୍ଟାଡିୟମରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାତ୍ରାରମ୍ଭ କରିଥିଲା ।ପ୍ରଥମେ ଗଡ଼ଗଡେ଼ଶ୍ୱର ମନ୍ଦିରରେ ପ୍ରାତଃ ଆଳତି କରି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ପୋଲିସ ଲାଇନ, ଅମରେଶ୍ୱର ମନ୍ଦିର ଛକ, ବକ୍ସି ବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ନେତାଜୀ ସଦନ ଛକ, କଦମରସୁଲ ଛକ, ହାତୀ ପୋଖରୀ, ସେମିନାର ଛକ, ଶିବା ବଜାର, ଦୋଳମୁଣ୍ଡାଇ, ବଜ୍ରକବାଟୀ, ରାଣୀହାଟ ପୋଲ, ଏବଂ କଟକ-ଚୌଦ୍ୱାର ସଂଯୋଜକ ଆର୍ତ୍ତରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ କଲେଜ ଛକରୁ ଓଏମପି ଛକ ଦେଇ ପ୍ରେସ ଛକରେ ପହଞ୍ଚିଥିଲେ । ଗଡ଼ଗଡେ଼ଶ୍ୱର ମନ୍ଦିର ଛକ, ଦୋଳମୁଣ୍ଡାଇ ଓ ବକ୍ସିବଜାର ଛକରେ ପଥପ୍ରାନ୍ତ ସଭା କରାଯାଇଥିଲା । ଏଥିରେ ମେୟର ମିନାକ୍ଷୀ ବେହେରା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହ, ଡେପୁଟି ମେୟର ଅଜୟ ବାରିକ, ନଗର ବିଜେଡି ସଭାପତି ମଧୁସୂଦନ ସାହୁ, କାର୍ଯ୍ୟକାରୀ ସଭାପତି ଧର୍ମେଶ ନାୟକ, ଯୁବ ବିଜେଡି ମହାସଚିବ ଶିଶିର ପରିଜା, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଜିଲ୍ଳା ଯୁବ ବିଜେଡି ସଭାପତି ଜ୍ଞାନଗିରି ଗୋସ୍ୱାମୀ, ଯୁବ ବିଜେଡି ରାଜ୍ୟ ସଂପାଦକ ବିଜୟ ବେହେରା, କର୍ପୋରେଟର ରଞ୍ଜନ ବିଶ୍ୱାଳଙ୍କ ସମେତ ପୂଜା କମିଟିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।ଦୟାବି୍ରଜ୍‍ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ୪ଟାରେ ଦୟାବି୍ରଜରୁ ଜନଜାଗରଣ ଅଭିଯାନ ସାମନ୍ତରାପୁର, କପିଳେଶ୍ୱର ଛକ, ଏକାମ୍ର କଲେଜ ଛକ, ପୋଖରୀପୁଟ ଓ ଖଣ୍ଡିଗିରି ଦେଇ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲା । ଆଇଗିଣିଆ ଛକରୁ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କ ନେତୃତ୍ୱରେ ଅଭିଯାତ୍ରୀଙ୍କୁ ସ୍ୱାଗତ କରି ଏକ ବିରାଟ ବାଇକ ଶୋଭାଯାତ୍ରାରେ ଖୋର୍ଦ୍ଧା ଟାଉନ୍‍ରେ ଅନୁଷ୍ଠିତ ସାଧାରଣ ସଭାକୁ ପାଛୋଟି ନେଇଥିଲେ ।