ସ୍ୟାଟ ନିଦେ୍ର୍ଧଶକୁ ରାଜ୍ୟ ସରକାରଙ୍କ ଚ୍ୟାଲେଞ୍ଜ

May 22, 2018 - 15:39
 181
କଟକ,୨୨ା୫(ସକାଳଖବର): ବଲାଙ୍ଗୀର ଜିଲା ବନଖଣ୍ଡ କାର୍ଯ୍ୟାଳୟ ଅଧିନରେ ଥିବା ତରଭା ରେଞ୍ଜ ଅଫିସ(କେନ୍ଦୁ ଲିଫ)ରେ କାର୍ଯ୍ୟରତ ରେଞ୍ଜ ଅଫିସର ମନୋରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ଉପରେ ରାଜ୍ୟ ପ୍ରଶାସନିକ ଟ୍ରିବୁ୍ୟନାଲ ଦେଇଥିବା ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟରେ ଦାୟର ମାମଲା ଏହି ମାମଲା ଉପରେ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆସନ୍ତା ଜୁଲାଇ ମାସ ୨୬ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ବଲାଙ୍ଗୀର ଜିଲା ତରଭା ରେଞ୍ଜ ଅଫିସରେ କାର୍ଯ୍ୟରତ ରେଞ୍ଜ ଅଫିସର ମନୋରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ୧୯୯୪, ଅଗଷ୍ଟ ମାସ ୨୫ତାରିଖରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହାକୁ ଚାଲେଞ୍ଜ କରି ଆବେଦନକାରୀ ସ୍ୟାଟର ଦ୍ୱାରସ୍ଥ ହୋଇ ଏକ ମାମଲା ଦାୟର କରିଥିଲେ ।