ଏଆଇସିସି ସମ୍ପାଦକ ହେଲେ ବିଶ୍ୱରଞ୍ଜନ ମହାନ୍ତି

May 22, 2018 - 16:01
 151
ଭୁବନେଶ୍ୱର, ୨୨୫(ସକାଳଖବର) : କଂଗ୍ରେସର ଯୁବ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ଏଆଇସିସି ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଆଜି ବିଶ୍ୱରଂଜନ ଓ ଜିତେନ୍ଦ୍ର ବାଘେଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ଉଭୟ ନେତା ଗୁଜୁରାଟ ଦାୟିତ୍ୱରେ ରହିବେ । ଶ୍ରୀ ମହାନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ରହିବା ସହ ଦଳର ମୁଖପାତ୍ର ମଧ୍ୟ ଥିଲେ । ଟିଭି ବିତର୍କରେ ସେ ଦୁଇ ଦଳ ବିଜେଡ଼ି ଓ ବିଜେପିକୁ ଶାଣିତ ଆକ୍ରମଣ କରି କଂଗ୍ରେସର ପକ୍ଷ ମଜବୁତ ଢ଼ଙ୍ଗରେ ରଖିପାରିଥିଲେ । ବିଶ୍ୱରଂଜନ ଜେଏନୟୁରେ ପାଠ ପଢ଼ିବା ସହ ପିଏଚଡ଼ି ମଧ୍ୟ କରିଛନ୍ତି । ନିମାପଡ଼ା ରାଜନୀତିରେ ବେଶ୍ ସକ୍ରିୟ ଥିବା ବିଶ୍ୱରଂଜନ ଗତ ନିର୍ବାଚନରେ ସେଠାରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ ।