ପୁଣି କଲାରାପତରିଆ ବାଘ ଛାଲ ଜବତ

May 6, 2022 - 06:12
 65
ପୁଣି କଲାରାପତରିଆ ବାଘ ଛାଲ ଜବତ
ବଲାଙ୍ଗିର : ବାଘଛାଲ ଡିଲ୍ ବେଳେ ମାଡିବସିଲା ଏସଟିଏଫ୍ । ବଲାଙ୍ଗିର ଜିଲ୍ଲା ସଇନ୍ତଲା ଟିକରପଡାରେ ବାଘଛାଲ ଡିଲ ବେଳେ ଏସଟିଏଫ ହାତରେ ଧରାପଡିଛନ୍ତି ବାଘଛାଲ ବେପାରୀ । ଟିକରପଡା ଚରଚରା ଗାଁ ଆଦିକନ୍ଦ ଘିବେଲା ବାଘଛାଲ ବେପାର କରୁଥିଲେ । ଗ୍ରାହକ ବେଶରେ ଏସଟିଏଫ୍ ଟିମ ବାଘଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି । ସୂଚନାଥାଉକି ଗତକାଲି ମଧ୍ୟ ବଲାଙ୍ଗିର ସହର ମାଲପଡାରୁ ୬ଟି ହାତୀଦାନ୍ତ ଜବତ କରି ଜଣେ ଗିରଫ ହୋଇଥିଲେ । ଫଳରେ ବଲାଙ୍ଗିର ଜିଲ୍ଲାରେ ବାରମ୍ବାର ଏସଟିଏଫ ହାତରେ ଧରାପଡିବା ପରେ ବଲାଙ୍ଗିର ବନବିଭାଗ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।