ମହର୍ଷି ବିନଦ୍ୟାମନ୍ଦିରରେ ଜ୍ଞାନଯୁଗ ଦିବସ ବାର୍ଷିକ ଉତ୍ସବ ପାଳିତ

Jan 12, 2019 - 18:46
 206
ମହର୍ଷି ବିନଦ୍ୟାମନ୍ଦିରରେ ଜ୍ଞାନଯୁଗ ଦିବସ ବାର୍ଷିକ ଉତ୍ସବ ପାଳିତ
ଅନୁଗୋଳ,୧୨/୧(ସକାଳଖବର): ଅନୁଗୁୂଳସ୍ଥ ମହର୍ଷି ବିଦ୍ୟାମନ୍ଦିର ପରିସରରେ ଜ୍ଞାନଯୁଗ ଦିବସ ସମାରୋହ ମହାଆଡ଼ମ୍ବର ସହିତ ପାଳିତ ହୋଇଯାଇଅଛି । ଉକ୍ତ ସମାରୋହର ପ୍ରାରମ୍ଭରେ ବୈଦିକ ପରମ୍ପରା ପୂର୍ବକ ଯୋଗ ଶିକ୍ଷକ ସର୍ବେଶ୍ୱର ଆଚଚାର୍ଯ୍ୟଙ୍କ ଦ୍ୱାରା ଗୁରୁ ପୂଜନ କରାଯାଇଥିଲା । ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଡ଼ଃ. ଗାୟତ୍ରୀ ସାମନ୍ତରାୟ ବାର୍ଷିକ ବୀବରଣୀ ପାଠ କରିଥିଲେ । ସେ ମହର୍ଷି ମହେଶ ଯୋଗୀଙ୍କ ପ୍ରଣୀତ ଭାବାତୀତ ଧ୍ୟାନ ଓ ଚେତନା ବିଜ୍ଞାନ ଉପରେ ଗଭୀର ଭାବରେ ଆଲୋକପାତ କରିଥିଲେ । ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଅନୁଗୋଳ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୂତି ଭୂଷଣ ମହାପାତ୍ର ଏବଂ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ଅକ୍ଷୟ କୁମାର ପଣ୍ଡା ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେର ଆସନ ଅଳଙ୍କୃତ କରିଥିଲେ । ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟାରେ ଏକ ଆକର୍ଷଣୀୟ ଖାଦ୍ୟ ଉତ୍ସବ ବାଲମେଳା କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ ଖାଦ୍ୟମେଳାରେ ପାରମ୍ପାରିକ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା । ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀଙ୍କ ଉଦ୍ୟମରେ ପ୍ରତ୍ୟେକ ବିଷୟକୁ ଆଧାର କରି ପ୍ରଦର୍ଶନୀରେ ପ୍ରତ୍ୟେକ ବିଷୟ ସହ ସଂଶ୍ଲିଷ୍ଟ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲଶ । ଉକ୍ତ ମେଳା ଓ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ତଥା ଅନ୍ୟ ସମସ୍ତ ଅତିଥିଗଣ ପରିଦର୍ଶନ କରିଥିଲେ । ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ କୁନି କୁନିୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗ୍ରୁପ ଡ଼୍ୟାନ୍ସ, ଦାଣ୍ଡ଼ିଆ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତା ଶ୍ଲୋକ ଓ ଯୋଗାସନ ଆଦି ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ । ଉକ୍ତ ଉତ୍ସବକୁ ଦଶମଶ୍ରେରଈ ଛାତ୍ରୀ ଦେବଦର୍ଶନୀ ସାହୁ ଓ ଅଲିପ୍ସା ସାହୁ ସଂଯୋଜନା କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀବୃନ୍ଦ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।