୫ ଦିନ ଭିତରେ ରିପୋର୍ଟ ଦେବାକୁ ବଲାଙ୍ଗିର ଏସ୍‌ପିଙ୍କୁ ଏନ୍‌ସିପିସିଆର୍‌ର ନୋଟିସ୍‌

Oct 24, 2021 - 07:49
 75
୫ ଦିନ ଭିତରେ ରିପୋର୍ଟ ଦେବାକୁ ବଲାଙ୍ଗିର ଏସ୍‌ପିଙ୍କୁ ଏନ୍‌ସିପିସିଆର୍‌ର ନୋଟିସ୍‌
ଭୁବନେଶ୍ୱର: ବଲାଙ୍ଗିରରେ ଏକ ସ୍କୁଲରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ବଲାଙ୍ଗିର ଏସ୍‌ପିଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର୍‌) ନୋଟିସ୍‌ କରିଛନ୍ତି। ୫ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ଏନ୍‌ସିପିସିଆର୍‌ ନିର୍ଦ୍ଦେଶ ଦେଇଛନ୍ତି। ନିଜ ଆଡୁ ମାମଲା ଗ୍ରହଣ କରି ନୋଟିସ୍‌ କଲେ ଏନ୍‌ସିପିସିଆର୍‌। ସ୍କୁଲର ସ୍ୱତନ୍ତ୍ର ରୁମ୍‌ରେ ଯୌନ ନିର୍ଯାତନା ଦିଆଯାଉଥିଲା। ପରୀକ୍ଷାରେ ଭଲ ମାର୍କ ଦେବାକୁ କହି ଗୋବିନ୍ଦ ସାହୁ ନିର୍ଯାତନା ଦେଉଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିୟମିତ ସ୍କୁଲକୁ ଯାଉଥିଲେ। ପୋକ୍ସୋ ଆଇନ୍‌ରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ସିପିସିଆର୍‌।