ବିଜେପିର ମହିଳା ସୁରକ୍ଷା ରଥ ବାରିପଦା ପହଁଞ୍ଚିଲା ।
ବାରିପଦା(୦୧/୦୬)- ବିଜେପି ଶାସିତ ରାଜ୍ୟ ହେଉ ଅଥବା ଅଣବିଜେପି ଶାସିତ ରାଜ୍ୟ ସବୁଠି ଅଳ୍ପ ବହୁତରେ ମହିଳାମାନେ କେବଳ ଅତ୍ୟାଚାରର ଶିକାର ହେଉନାହାନ୍ତ ଦୁଷ୍କର୍ମ, ଗଣଦୁଷ୍କର୍ମ ର ସମ୍ମୁଖୀନ ହୋଇଆସୁଛନ୍ତି । ସମଗ୍ର ଭାରତ ବର୍ଷ ଏହିଭଳି ସମସ୍ୟା ମଧ୍ୟଦେଇ ଗତି କରୁଥିବା ବେଳେ ବିରୋଧୀ ଏଥିରୁ ରାଜନୈତିକ ଫାଇଦା ଉଠାଇବା ନିମନ୍ତେ ଉଦ୍ୟମ ଆରମ୍ଭ କରିଛି । ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଓଡ଼ିଶାର ବିଭିନ୍ନ ରାଜ୍ୟ ପରିକ୍ରମା କରି ବାରିପଦା ସହରରେ ପହଁଞ୍ଚିଥିଲା । ଏହି ଉପଲକ୍ଷେ ବାରିପଦା ପୌରପରିଷଦର କୃଷ୍ଣଚନ୍ଦ୍ର ଗୋଲେଇରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ମହିଳା ନେତ୍ରୀ ରାଜ୍ୟ ସମ୍ପାଦିକା ବିଜେପି ଅପରାଜିତା ମହାନ୍ତି ,ଉତ୍ତରଓଡିଶା ମହିଳା ସୁରକ୍ଷା ଯାତ୍ରାର ପ୍ରମୁଖ ଡଃ ଲେଖାଶ୍ରୀ ସାମନ୍ତ ସିଂହାର,ରାଜ୍ୟ ମହିଳା ମୋର୍ଛାର ସମ୍ପାଦିକା ସୁଷମା ବିଶ୍ୱାଳ ,ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି ,ରାଜ୍ୟ ମହିଳା ମୋର୍ଛା କାର୍ଯ୍ୟକାରିଣୀ ସଦସ୍ୟା ସିପ୍ରା ବାଜପେୟୀ , ବାଲେଶ୍ୱର ଜିଲାର ମହିଳା ମୋର୍ଛାର ସଭାନେତ୍ରୀ କମଲା ବିନ୍ଧାଣୀ ,ମୟୁରଭଞ (ପୂର୍ବ) ମହିଳା ମୋର୍ଛାର ସଭାନେତ୍ରୀ କୋ÷÷ଶଲ୍ୟା ନାୟକ ,ଜିୁଲା ପରିଷଦ ଅଧ୍ୟକ୍ଷା ମୟୁରଭଞ ସୁଜାତା ମୁର୍ମୁ , ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟା ସୁମନ ସିଂ ,ଜିଲା ଉପସଭାନେତ୍ରୀ (ଯୁବ ମୋର୍ଛା)ପାୟେଲ ରାୟ ପ୍ରମୁଖ ଯୋଗଦେଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାରର ମହିଳାମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବାର ଦର୍ଶାଇ ବିଜେଡ଼ିକୁ ତୀବ୍ର ସମାଲୋଚନା କରିଥିଲେ ।