ଜନଜାତି କ୍ରୀଡ଼ା ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ସଚିବ

Jun 1, 2018 - 19:32
 198
ଜନଜାତି କ୍ରୀଡ଼ା ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ସଚିବ
କଟକ, ୧/୬(ସକାଳଖବର) : ଆଦିବାସୀ ଜନଜାତି କ୍ରୀଡ଼ା ପ୍ରତିଯୋଗୀତାର ଉଦ୍ୟାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଆଜି କଟକ ଆସିଥିବାବେଳେ ତାଙ୍କ ସହ କଟକ ଆସିଥିଲେ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ । ଏହି ଘଟଣା କିଛି ସରକାରୀ ଅଧିକାରୀଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଭା ବା ଗସ୍ତ ଅବସରରେ ପୂର୍ବରୁ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦେଖିବାକୁ ମିଳୁନଥିଲା । ଆଜି ଏପରି ଘଟଣା ଦେଖିବାକୁ ମିଳିବା ପରେ ଏହା ପଛରେ କିଛି ଅଭିସନ୍ଧି ରହିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ଆଗକୁ ପୌରପରିଷଦ ଓ ଲୋକସଭା ନିର୍ବାଚନ ଥିବା ଦୃଷ୍ଟିରୁ ବିଭିନ୍ନ ସଭାସ୍ଥଳରେ ତକ୍ରାଳ ପରିସ୍ଥିତିକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବା ଉଦେ୍ଧଶ୍ୟରେ ବା ଜିଲ୍ଲାର ରାଜନୈତିକ ପରିସ୍ଥିତି ଆକଳନ କରିବା ଉଦେ୍ଧଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ପାଣ୍ଡିଆନର ଏପ୍ରକାର ଗସ୍ତ ଆରମ୍ଭ ହୋଇଥିବା ମନେ କରାଯାଉଛି ।