ବିଏମସି ଡେପୁଟି କମିଶନରଙ୍କ ନାଁ’ରେ ସଙ୍ଗୀନ ଅଭିଯୋଗ

Jan 31, 2023 - 07:10
 160
ବିଏମସି ଡେପୁଟି କମିଶନରଙ୍କ ନାଁ’ରେ ସଙ୍ଗୀନ ଅଭିଯୋଗ
ଭୁବନେଶ୍ୱର : ବିଏମସି ଡେପୁଟି କମିଶନରଙ୍କ ନାଁ’ରେ ଆଲ୍‌ବମ୍‌ ଅଭିନେତ୍ରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆଲ୍‌ବମ୍‌ ଶୁଟିଂ ନାଁ’ରେ ରାତି ରାତି ଗପୁଥିଲେ । ସାଙ୍ଗରେ ଶୋଇବାକୁ ଡାକୁଥିଲେ । ମାତ୍ର ଏଥିରେ ରାଜି ନହେବାରୁ ଦୀର୍ଘ ଦୁଇ ବର୍ଷ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଡେପୁଟି କମିଶନର ଏପରି ଅଭିଯୋଗକୁ ଖଣ୍ଡନ କରିବା ସହିତ ଆଣିଛନ୍ତି ପାଲଟା ଅଭିଯୋଗ । ସେ କହିଛନ୍ତି ଯେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଅଭିନେତ୍ରୀ ଥରକେ ନେଉଥିଲେ ୨୦,୦୦୦ ଟଙ୍କା । ସୂଚନା ଅନୁସାରେ, ଆଲ୍‌ବମ୍‌ ଦୁନିଆରେ ବେଶ୍‌ ସକ୍ରିୟ ଥିବା ଅଭିନେତ୍ରୀଙ୍କୁ ଭୁବନେଶ୍ୱର ମହାନଗର ନିଗମ ଡେପୁଟି କମିଶନର ଯୋଗେଶ୍ୱର ନାୟକଙ୍କ ସହ ତାଙ୍କର ଦେଖା ହୋଇଥିଲା । କଥା ହେବା ଛଳରେ ଯୋଗେଶ୍ୱର ତାଙ୍କୁ ଆଲ୍‌ବମ୍‌ ତିଆରି କରିବାକୁ ପ୍ରସ୍ତାବ ଦେଇଥିଲେ । ଆଉ ସେଥିରେ ସେ ରାଜି ହୋଇଯାଇଥିଲେ । ସେଥିପାଇଁ ଡେପୁଟି କମିଶନର କିଛି ଟଙ୍କା ମଧ୍ୟ ଦେଇଥିଲେ । ଏହା ପରେ ମୀରା ଆଲ୍‌ବମ୍‌ ଶୁଟିଂ ଆରମ୍ଭ କରିଥିଲେ । ଆଲ୍‌ବମ୍‌ ଶୁଟିଂ ଭିତରେ ତାଙ୍କ ଘରକୁ ନିୟମିତ ଯିବାଆସିବା କଲେ ଯୋଗେଶ୍ୱର । କିଛି ଦିନ ପରେ ଶାରୀରିକ ସମ୍ପର୍କ ରଖିବାକୁ ଯୋଗେଶ୍ୱର ତାଙ୍କୁ ପ୍ରସ୍ତାବ ଦେଇଥିଲେ । ଏପରିକି ବାହା ହୋଇ ପତ୍ନୀ କରିବାକୁ ଚାହୁଁଥିବା କହିଥିଲେ । ମାତ୍ର ଏଥିରେ ଅଭିନେତ୍ରୀ ରାଜି ହୋଇନଥିଲେ । ଏହା ପରେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା । ଯୋଗେଶ୍ୱର ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ । ଦୀର୍ଘ ଦୁଇ ବର୍ଷ ଧରି ଯୋଗେଶ୍ୱର ନିର୍ଯାତନା ଦେଇ ଚାଲିଥିଲେ । ଡେପୁଟି କମିଶନର ଜବରଦସ୍ତି ତାଙ୍କ ଘରେ ପଶିଥିଲେ । ତାଙ୍କ ନିର୍ଯାତନା ଅସହ୍ୟ ହେବାରୁ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ପୀଡିତା କହିଛନ୍ତି ।