ଭିଜିଲାନ୍ସ କୋର୍ଟରେ ଢେଙ୍କାନାଳ ଆରଟିଓଙ୍କ ଜାମିନ ଖାରଜ

Jul 7, 2018 - 14:54
 178
କଟକ,୭ା୭(ସକାଳଖବର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ) ବସନ୍ତ କୁମାର ବେହେରାଙ୍କ ଜାମିନ ଆବେଦନ ଉପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଶୁଣାଣି କରି ଖାରଜ କରିଛନ୍ତି । ଏହି ମାମଲାକୁ ଭିଜିଲାନ୍ସ ସ୍ୱତନ୍ତ୍ର ପିପି ବିକ୍ରମ କେଶରୀ ସିଂହ ପରିଚାଳନା କରୁଥିଲେ । ସୂଚନାଯୋଗ୍ୟ ଯେ, ଆୟ ଠାରୁ ଅଧିକା ସଂପତ୍ତି କରିଥିବା ଆରଟିଓଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ଭିଜିଲାନ୍ସର ଏହି ଚଢାଉ ଫଳରେ ୩ କୋଟି ୮୫ ଲକ୍ଷ ୭୫ ହଜାର ୩୨୬ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା ।