ପ୍ରୟାଗ ଗ୍ରୃପ ମାମଲାରେ ଜବାବ ଦାଖଲ ପାଇଁ ସିବିଆଇକୁ ନିଦେ୍ର୍ଧଶ

Jun 21, 2018 - 18:00
 176
କଟକ,୨୧ା୬(ସକାଳଖବର): ପ୍ରୟାଗ ଗ୍ରୃପ ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପରିଚାଳନା ନିଦେ୍ର୍ଧଶକ ବାସୁଦେବ ବାଗଚୀ ଓ ତାଙ୍କ ପୁଅ ଅଭିକ ବାଗଚୀ ପୃଥକ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଉକ୍ତ ସଂସ୍ଥା ଓଡ଼ିଶା ଜମାକାରୀଙ୍କ ଠାରୁ କେତେ ଟଙ୍କା ଆଦାୟ କରିଛି, ସେ ସଂପର୍କରେ ଜବାବ ରଖିବା ପାଇଁଁ ସିବିଆଇକୁ ନିଦେ୍ର୍ଧଶ ଦିଆଯାଇଛି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬ତାରିଖକୁ ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଧଶକ୍ରମେ ସିବିଆଇ ଏହି ଘଟଣାରେ ୨୦୧୪, ମେ ମାସରେ ତଦନ୍ତ ଆରମ୍ଭ କରିଥିଲା । ଏହି ସଂସ୍ଥା ଜମାକାରୀଙ୍କୁ ଆକର୍ଷିତ କରି ଅଧିକ ସୁଧ ଦେବାର ପ୍ରତିଶ୍ରୁତି ଦେଇ ପ୍ରାୟ ୨,୮୬୨ କୋଟି ଟଙ୍କା ଠକେଇ କରିଥିଲା । ଏହି ଅଭିଯୋଗରେ ସିବିଆଇ ଉଭୟ ବାପ ଓ ପୁଅକୁ ୨୦୧୭, ମାର୍ଚ୍ଚ ମାସ ୧୫ତାରିଖରେ ଗିରଫ କରିଥିଲା । ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି । ଅନୁକୂଳ ଜାମିନ ମାମଲା