ସୋନା ମହାପାତ୍ରଙ୍କୁ ନିରଞ୍ଜନଙ୍କ ସମର୍ଥନ

Jun 20, 2018 - 21:49
 216
ସୋନା ମହାପାତ୍ରଙ୍କୁ ନିରଞ୍ଜନଙ୍କ ସମର୍ଥନ
ଭୁବନେଶ୍ୱର, ୨୦/୧ (ସକାଳଖବର) : ଲୋକପ୍ରିୟ ଭଜନ ‘ଆହେ ନୀଳଶୈଳ’କୁ କଦର୍ଥ କରି ଗାଇଥିବାରୁ ସୋନା ମହାପାତ୍ରଙ୍କ ନାମରେ ଏତଲା ଦିଆଯାଇଛି । ତେବେ ଏନେଇ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତିଯେ, ସେ ଝିଅଟି ଓଡ଼ିଶାରେ ଜନ୍ମ ହୋଇନି କି ଓଡ଼ିଆରେ ପାଠ ପଢ଼ିନି । ତାହା ସତ୍ୱେ ସେ ଓଡ଼ିଆ ଭଜନକୁ ପ୍ରସିଦ୍ଧ କରିବା ପାଇଁ ଉଦ୍ୟମ କରିଛି । ହେଲେ ଟିକେ ଭୁଲ ଗାଇଦେଲା ବୋଲି ତା ନାମରେ ଏତଲା ଦିଆଯାଉଛି । କିନ୍ତୁ ଏଠି ମୁଖ୍ୟମନ୍ତ୍ରୀ ପ୍ରତିଦିନ ଓଡ଼ିଆ ଭାଷାକୁ କଦର୍ଥ କରୁଛନ୍ତି । ତେବେ ତାଙ୍କ ନାମରେ କାହିଁକି ଏତଲା ଦିଆଯାଉ ନାହିଁ ବୋଲି ନିରଞ୍ଜନ କହିଛନ୍ତି ।