ପଶ୍ଚିମା ଝଡ଼, ୯ରୁ ପୁଣି ବର୍ଷା

Feb 8, 2022 - 05:24
 54
ପଶ୍ଚିମା ଝଡ଼, ୯ରୁ ପୁଣି ବର୍ଷା
ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ଅଛି ପଶ୍ଚିମା ଝଡ଼। ଏହାର ପ୍ରଭାବରେ ୯ ତାରିଖରୁ ବର୍ଷା ଆରମ୍ଭ ହେବ। ଯାହା ଫଳରେ ବୁଧବାର ସକାଳ ପର୍ୟ୍ୟନ୍ତ ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘନକୁହୁଡ଼ି ଦେଖାଯିବ। ଏହାକୁ ଦୃଷ୍ଟିରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୯ ତାରିଖ ଓ ୧୦ରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା, ବଜ୍ରପାତ ଓ କୁଆପଥର ବୃଷ୍ଟି ହୋଇପାରେ। ତେବେ ଆସନ୍ତା ୧୧ ତାରିଖରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଝଡ଼ ସହ ସାମାନ୍ୟ ଧରଣର ବର୍ଷା ହେବ। ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।ତେବେ ତିନିଦିନ ମଧ୍ୟରେ ରାତ୍ରୀ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।