ରାଜଧାନୀବାସୀଙ୍କୁ ଡେଙ୍ଗୁ ଚିନ୍ତା

Sep 14, 2023 - 06:17
 54
ରାଜଧାନୀବାସୀଙ୍କୁ ଡେଙ୍ଗୁ ଚିନ୍ତା
ଭୁବନେଶ୍ୱର: ରାଜଧାନୀରେ ଥରହର କଲାଣି ଡେଙ୍ଗୁ । ସେପ୍ଟେମ୍ବର ମାସ ଆରମ୍ଭ ୯ଦିନରେ ହଜାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଦୈନିକ ହାରାହାରି ୧୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଡେଙ୍ଗୁ କବଳରେ ସାରା ଭୁବନେଶ୍ୱର । ଆଜିସୁଦ୍ଧା ସରକାରୀ ହିସାବରେ ୩,୫୪୮ ଆକ୍ରାନ୍ତ ହେଲେଣି । ଖୁବଶୀଘ୍ର ସଂଖ୍ୟା ୪ହଜାର ଡେଇଁବ । ୪୦ ଅଞ୍ଚଳ ରେଡ୍ ଜୋନ ପାଲଟିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି ସେପ୍ଟେମ୍ବର ମାସରେ ସଂଖ୍ୟା ଶିଖର ଛୁଇଁବ । ହେଲେ ସ୍ୱାସ୍ଥ୍ୟ ବିଭାଗ, ବିଏମସିର କିନ୍ତୁ ଚିନ୍ତା ପଶୁନି । ସେପ୍ଟେମ୍ବର ମାସ ୫ ତାରିଖରେ ୧୩୨, ୬ ତାରିଖରେ ୧୫୭ରୋଗୀ ଚିହ୍ନଟ ହୋଇଥିଲେ । ୭ତାରିଖରେ ଏ ରେକର୍ଡ ଭାଙ୍ଗି ସର୍ବାଧିକ ୨୩୭ ରୋଗୀ ଚିହ୍ନଟ ହୋଇଥିଲେ । ଅଗଷ୍ଟ ମାସ ତୁଳନାରେ ଏହା ଯଥେଷ୍ଟ ଅଧିକ । ରାଜଧାନୀର ଚାରିଆଡେ଼ ଡେଙ୍ଗୁ ମାଡିଗଲାଣି । ୧୮୩ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୦ଟି ସ୍ଥାନକୁ ରେଡ୍ ଜୋନ୍ କରାଯାଇଛି । ଏହି ସବୁ ଅଞ୍ଚଳରେ ଘରେ ଘରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜଧାନୀର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଶୁଡ଼ି ପଡ଼ିଛି । ସଫେଇ ଠିକ୍ ଭାବେ ହେଉନି । ଅଳିଆ ପଡ଼ିରହୁଛି । ଡେଙ୍ଗୁରେ ଲୋକେ ଛଟପଟ ହୋଇଗଲେଣି ।