ଡବଲ ଭୋଟର ସାବଧାନ, ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ-ନିର୍ବାଚନ କମିଶନର

Mar 23, 2022 - 09:28
 54
ଡବଲ ଭୋଟର ସାବଧାନ, ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ-ନିର୍ବାଚନ କମିଶନର
ଭୁବନେଶ୍ୱର ୨୩।୦୩ : ଗୁରୁବାର ପୌର ଭୋଟ୍‌ , ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଅଧିକାଂଶ ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି। ବାକି ପୋଲିଂ ପାର୍ଟି ବୁଧବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାର ସହିତ ଭୋଟ୍ ଗ୍ରହଣ ଲାଗି ୧୯୫ଟି ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି। ମୋବାଇଲ ପାର୍ଟିର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ୧୧୫ଟି ବୁଥ୍ ଅତି ସମ୍ବେଦନଶୀଳ ରହିଛି। ଏଥିପାଇଁ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ସେହିପରି କିଛି ସ୍ଥାନରେ ଟଙ୍କା ବାଣ୍ଟିବା ନେଇ ଖବର ଆସିଛି । ଏନେଇ ଆମେ ଅବଗତ ଅଛୁ । ଜିଲ୍ଲା ପ୍ରଶାସନକୁ ଘଟଣାର ତଦନ୍ତ କରି ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନକଲି ଭୋଟର୍ ସାବଧାନ୍। ପଞ୍ଚାୟତରେ ଭୋଟ୍ ଦେଇ ପୌରଞ୍ଚଳରେ ଭୋଟ୍ ଦେଉଥିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ନକଲି ଭୋଟର ସମ୍ପର୍କରେ ଖବର ଆସିଲେ କାର୍ଯ୍ୟନୁଷ୍ଠାନ ନିଆଯିବ ।