ପଦୋନ୍ନତିରେ ଏସସି ଏସଟିଙ୍କ ପାଇଁ ସଂରକ୍ଷଣଲାଗୁ ହେବନି- ସୁପ୍ରିମକୋର୍ଟ୍

Sep 26, 2018 - 08:49
 315
ପଦୋନ୍ନତିରେ ଏସସି ଏସଟିଙ୍କ ପାଇଁ ସଂରକ୍ଷଣଲାଗୁ ହେବନି- ସୁପ୍ରିମକୋର୍ଟ୍
ନୂଆଦିଲ୍ଲୀ, ୨୬/୯ (ସକାଳଖବର):: ସୁପ୍ରିମକୋର୍ଟ ଆଜି ସରକାରୀ ଚାକିରୀରେ ପ୍ରମୋସନରେ ଆରକ୍ଷଣ ନେଇ ଏକ ବଡ ଫଇସଲା ଶୁଣାଇଛନ୍ତି ।ଜାତିଭିତ୍ତିକ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି। କୌଣସି ସରକାରୀ ଚାକିରିର ପଦୋନ୍ନତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି। ଏଥିସହିତ ୨୦୦୬ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଦେଇଥିବା ରାୟକୁ କାଏମ୍‍ ରଖିଛନ୍ତି। ୨୦୦୬ ରାୟର ପୁନର୍ବିଚାର ପାଇଁ ୭ ଜଣିଆ ଖଣ୍ଡପୀଠ ଗଠନ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଅବଶ୍ୟ ରାଜ୍ୟମାନେ ଚାହିଁଲେ ସେମାନେ ସ୍ୱତନ୍ତ୍ର ସଂରକ୍ଷଣ ନୀତି ଓ ଚାକିରି ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟଙ୍କ ଏହି ଫଇସଲା କେନ୍ଦ୍ର ସରକାରଙ୍କ ପାଇଁ ଶକ୍ତ ଧକ୍କା ସାବ୍ୟସ୍ତ ହୋଇପାରେ । ପୂର୍ବରୁ ସରକାର ଏସସି ଏବଂ ଏସଟି ସମୁଦାୟଙ୍କ ଆକ୍ରୋଶକୁ କମାଇବା ପାଇଁ ଚେଷ୍ଟା କରୁଛନ୍ତି । ଏବେ କୋର୍ଟଙ୍କ ଆଦେଶ ସରକାରଙ୍କ ଚିନ୍ତା ବଢାଇଛି ।୨୦୦୬ରେ ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ସରକାରୀ ଚାକିରୀରେ ପ୍ରମୋସନରେ ଆରକ୍ଷଣ ନେଇ ନିଷ୍ପତି ଦେଇଥିଲେ । ସେହି ସମୟରେ କୋର୍ଟ୍ କିଛି ସର୍ତ ସହ ଏପରି ବ୍ୟବସ୍ଥାକୁ ଠିକ୍ କହିଥିଲେ । ୧୨ ବର୍ଷ ପରେ କେନ୍ଦ୍ର ଏବଂ ରାଜ୍ୟ ଓ ସରକାର ଏନେଇ କିଛି ତଥ୍ୟ ଦେଇ ନଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏହି ନିୟମ ରବ୍ଦ ହୋଇ ଯାଇଥିଲା ।