୩୦ରେ ଥାନାରେ ହାଜର ହେବେ ଉଭୟ ହ୍ୟୁମାନ-ଶ୍ରୀୟା

Jan 23, 2023 - 07:26
 38
୩୦ରେ ଥାନାରେ ହାଜର ହେବେ ଉଭୟ  ହ୍ୟୁମାନ-ଶ୍ରୀୟା
କଟକ : ହ୍ୟୁମାନ ଶ୍ରୀୟା ପାରିବାରିକ ବିବାଦ ମାମଲା । ଆସନ୍ତା ୩୦ ତାରିଖରେ ଥାନାରେ ହାଜର ହେବେ ଉଭୟ ଶ୍ରୀମାନ-ଶ୍ରୀୟା । ଶ୍ରୀୟା ୩୦ ତାରିଖରେ ଆସିବେ ବୋଲି ପୋଲିସକୁ ଜଣାଇଲେ । ସେଥିପାଇଁ ପୋଲିସ ପକ୍ଷରୁ ୩୦ ତାରିଖରେ ହ୍ୟୁମାନକୁ ଆସିବାକୁ ଜଣାଯାଇଛି । ପୂର୍ଵରୁ ସମାଧାନ ପାଇଁ ଦୁଇ ଦିନ ସମୟ ନେଇଥିଲେ ଉଭୟ । ଆସନ୍ତା ୧୯ ତାରିଖରେ କଟକ ମହିଳା ଥାନାରେ ହାଜର ହୋଇଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର । ଉଭୟଙ୍କ ମହିଳା ଥାନାରେ କାଉନ୍‌ସେଲିଂ କରିଥିଲା ପୋଲିସ । ଗତ ବୁଧବାର ଦିନ କଟକ ମହିଳାଙ୍କ ଓଡିଆ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ନାଁରେ ଆସିଥିଲା ସାଙ୍ଘାତିକ ଅଭିଯୋଗ । ହ୍ୟୁମାନ୍‌ ସାଗର ଶାରୀରିକ ଓ ମାନସିକ ନିର୍ୟାତନା ଦେଉଥିବା ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ପୂର୍ବରୁ ନିର୍ୟାତନାର ଶିକାର ହୋଇ ଆସୁଥିବା ଶ୍ରେୟା ଏଥିରେ ଅତିଷ୍ଠ ହୋଇ ଶେଷରେ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ଶ୍ରେୟା । ସୂଚନା ଥାଉକି, ଥାନାରେ ହାଜର ହେବା ପୂର୍ବରୁ ରବିବାର ସାମ୍ୱାଦିକ ସମ୍ମିଳନୀ କରିଥିଲେ ଶ୍ରୀୟା ମିଶ୍ର । ସମ୍ମିଳନୀରେ ଶ୍ରୀୟା ସ୍ୱାମୀ ହ୍ୟୁମାନ ସାଗର ତାଙ୍କୁ ନିର୍ୟାତନା ଦେଉଥିବା ନେଇ କରିଥିଲେ ଅଭିଯୋଗ ।