ଏସ୍ପି ଅଫିସ ଘେରିଲେ ନତଡ଼ା ଗ୍ରାମବାସୀ

Sep 25, 2018 - 18:38
 168
ଅନୁଗୋଳ, ୨୫/୯ (ସକାଳଖବର): ଅନୁଗୋଳ ଥାନା ଅନ୍ତର୍ଗତ ନତଡ଼ା ଗ୍ରାମବାସୀ ଓ କ୍ଷତିଗ୍ରସ୍ତ ପ୍ରଜା ସଂଘ ତରଫରୁ ଆଜି ଏସ୍ପି ଅଫିସ ଘେରାଉ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଗତ ୧୯ ତାରିଖରେ ବିଜୟ ସାହୁ ନାମକ ଜଣେ ଯୁବକଙ୍କୁ ସେହି ଗାଁର କିଛି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିବା ସହ ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଯାଇଛି । ଏହି ଘଟଣାକୁ ନେଇ ଗ୍ରାମବାସୀ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ଅପରପକ୍ଷର ବୟାନକୁ ନେଇ ପୋଲିସ ମାମଲା ରୁଜୁ କରୁଥିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ଆଜି ଏସ୍ପି ଅଫିସ ସମ୍ମୁକରେ ଗ୍ରାମବାସୀଙ୍କ ସମେତ ଭାଜପାର ବରିଷ୍ଠ ନେତାମାନେ ଆନେ୍ଦାଳନରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।