ନୂଆପଡାରେ ୨୩୭.୩୫ କୋଟି ଟଙ୍କାର ୩୯ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

Feb 25, 2019 - 18:43
 125
ନୂଆପଡା, ୨୫/୨(ସକାଳଖବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ସୋମବାର ନୂଆପଡା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ହେଲିକେଫ୍ଟର ଯୋଗେ ଆସି ନୂଆପଡା-ଖରିଆରରୋଡ ସ୍ଥିତ ଗୋତମା ଉଡାଜାହଜ ପଡିଆରେ ଅବତରଣ କରି ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ଏଥିରେ ମିଶନ ଶକ୍ତି, କାଳିଆ ଯୋଜନା ଓ ନିର୍ମାଣ ଶ୍ରମିକ ଯୋଜନାରେ ଉପକୃତ ହିତାଧିକାରୀଙ୍କୁ ସାଇକେଲ ବଂଟନ କରିବା ସହ ୩୯ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସେଥିରୁ ୨୩ ଗୋଟି ଉଦଘାଟନୀ ପ୍ରକଳ୍ପର ଅଟଳଳ ବ୍ୟୟ ୧୩୨ କୋଟି ୩୨ ଲକ୍ଷ ୮୭ ହଜାର ଟଙ୍କା ରହିଥିବା ବେଳେ ୧୬ ଗୋଟି ଭିତିପ୍ରସ୍ତର ସ୍ଥାପନ ପ୍ରକଳ୍ପର ଅଟଳଳ ରାଶି ୧୦୫ କୋଟି ୨ ଲକ୍ଷ ଟଙ୍କା ରହିଛି । ପୂର୍ତ ଓ ଗୃହ ନିର୍ମାଣ ବିଭାଗରେ ୧୨ ଗୋଟି ଭିତିପ୍ରସ୍ତର ସ୍ଥାପନ ପ୍ରକଳ୍ପରେ ୬୮୯୮.୬୯ କୋଟି ଓ ୫ ଗୋଟି ଉଦଘାଟନୀ ପ୍ରକଳ୍ପରେ ୧୦୬.୫୩ କୋଟି, ଶକ୍ତି ବିଭାଗରେ ୨ ଗୋଟି ଉଦଘାଟନୀ ପ୍ରକଳ୍ପ ୭.୯୧ କୋଟି, ଅନୁସୂଚିତ ଜାତି ଓ ଜନ ଜାତିର ଉନ୍ନୟନ ପାଇଁ ୧୧ ଗୋଟି ଉଦଘାଟନୀ ପ୍ରକଳ୍ପ ୬.୦୫ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗରେ ଗୋଟିଏ ଶିଳାନ୍ୟାସରେ ୮୧.୨୫ ଲକ୍ଷ ଓ ୪ ଗୋଟି ଉଦ୍ଘାଟନୀ ପ୍ରକଳ୍ପ ପାଇଁ ୭.୮ କୋଟି, ଗୋଟିଏ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ୯୯.୮୩ ଲକ୍ଷ, ଗ୍ରାମ୍ୟ ଜଳ ଓ ପରିମଳ ଯୋଜନା ଗୋଟିଏ ଶିଳାନ୍ୟାସ ପାଇଁ ୧୩.୨୮ କୋଟି ଓ ଗୋଟିଏ ଉଦ୍ଘାଟନୀ ପ୍ରକଳ୍ପ ପାଇଁ ୪.୦୩ କୋଟି, କ୍ଷୁଦ୍ର ଜଳ ସେଚନ ବିଭାଗରେ ଗୋଟିଏ ପ୍ରକଳ୍ପ ପାଇଁ ୨୧.୯୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଝାରୀ, ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପ୍ରମୁଖ ଯୋଗଦାନ କରି ମିଶନ ଶକ୍ତି, କାଳିଆ ଯୋଜନା ଓ ନିର୍ମାଣ ଶ୍ରମିକ ଯୋଜନାର ଉପକୃତ ହିତାଧିକାରୀଙ୍କୁ ସାଇକେଲ ବଂଟନ କରାଯାଇଥିଲା । ଏହି ଅବସରରେ ୧୩୨ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ପ୍ରକଳ୍ପ ଶୁଭ ଉଦ୍ଘାଟନ କରିଥିଲେ । ନବନିର୍ମିତ ନୂଆପଡା ଜିଲ୍ଲା ମୁଖ୍ୟ ଚିକିସôାଳୟ, ନବନିର୍ମିତ ନୂଆପଡା ପର୍ଯ୍ୟଟନ କାର୍ଯ୍ୟାଳୟ, ଖଡିଆଳ-ବୋଡେନ-ସିନାପାଲି ରାସ୍ତା, ଗଣ୍ଡାବାହାଲି-ଫର୍ସରା-ବୋଡେନ ରାସ୍ତା ଏବଂ କୋମନା-କାଣ୍ଡେତରା ରାସ୍ତାର ନୂଆଗାଁ ନାଳ ଉପରେ ନିର୍ମିତ ୩ ଗୋଟି ହାଇଲେଭଲ ସେତୁ, ନବନିର୍ମିତ, ସାଇପଲା-ନୂଆପଡା ବିଜୁ ଏକ୍ସପ୍ରେସ ୱେ ଏବଂ ରାଜ୍ୟ ରାଜପଥ ୩- ଜୁନାନି ରାସ୍ତା, ନୂଆପଡା ବ୍ଲକ୍ର ସାଇପଲା ଏବଂ ଖରିଆର ବ୍ଲକ୍ର ବାଦି ୩୩/୧୧ କେଭି ସବଷ୍ଟେସନ୍, କୋମନା, ନୂଆପଡା, ବୋଡେନ ଏବଂ ସିନାପାଲି ବ୍ଲକ୍ର ୮ ଗୋଟି ୧୦୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ ଏବଂ ୩ଟି ଛାତ୍ରାବାସ, କୋମନା ଏବଂ ନୂଆପଡା ବ୍ଲକ୍ର ୨୦୦ ସିଟ୍ ବିଶିଷ୍ଟ ୨ ଗୋଟି ଅନୁସୂଚିତ ଜନଜାତି ଛାତ୍ରାବାସ, ସିନାପାଲି ଏବଂ କୋମନା ବ୍ଲକ୍ର ୫ ଗୋଟି ଜଳଯୋଗାଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଉଦ୍ ଘାଟନ କରିଥିଲେ । ସେହିପରି ୧୦୫ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ପକଳ୍ପ ଭିତିପ୍ରସ୍ତର ସ୍ଥାପନ କରିଥିଲେ