ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ତାଳଚେର ଫର୍ଟିଲାଇଜର ପ୍ଲାଂଟ୍ - ଧର୍ମେନ୍ଦ୍ର ପ୍ରଧାନ

Aug 27, 2019 - 18:27
 149
ନୂଆଦିଲ୍ଲୀ,୨୭/୮(ସକାଳଖବର): ତାଳଚେର ଫର୍ଟିଲାଇଜର ପ୍ଲାଂଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରାଳୟ ତଥା ଫର୍ଟିଲାଇଜର୍ସ ବିଭାଗ ଓ ତାଳଚେର ଫର୍ଟିଲାଇଜର୍ସର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତିା ଏହି ପ୍ଲାଂଟ୍ କାର୍ଯ୍ୟକ୍ଷମ ହେଲେ ଏହା ଭାରତର ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ଏବଂ ଭାରତକୁ ଗ୍ୟାସ ଓ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସୟାହକ ହେବ ବୋଲି ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ମତବ୍ୟକ୍ତ କରିଛନ୍ତି ।