ଦ୍ୱୈତନଗରୀରେ ବଳାକ୍ରାର ମାମଲା ବୃଦ୍ଧି
କଟକ,୨ା୫(ସକାଳଖବର): ଦ୍ୱୈତନଗରୀରେ ବଳାକ୍ରାର ମାମଲା ପୂର୍ବାପେକ୍ଷା ବୃଦ୍ଧି ପାଇଛି । ସର୍ବାଧିକ ନାବାଳିକା ବଳାକ୍ରାରର ଶିକାର ହୋଇଥିବା କମିସନରେଟ ପୁଲିସର ଅପରାଧ ପରିସଂଖ୍ୟାନ ରିପୋର୍ଟରୁ ଜଣାଯାଇଛି । ତେବେ ଭୁବନେଶ୍ୱରରେ ସର୍ବାଧିକ ବଳାକ୍ରାର ମାମଲା ରୁଜୁ ହୋଇଥିବାବେଳେ କଟକରେ ଏହି ସଂଖ୍ୟା କମ ରହିଛି । ମିଳିଥିବା ତଥ୍ୟ ଅନୁସାରେ ୫ବର୍ଷ ମଧ୍ୟରେ କଟକ-ଭୁବନେଶ୍ୱର କମିସନରେଟରେ ସମୁଦାୟ ୬୬୯ ମାମଲା ରୁଜୁ ହୋଇଛି । ସେଥିମଧ୍ୟରେ ୨୦୧୭ ମସିହାରେ ୧୮୧ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୬ରେ ୧୩୮, ୨୦୧୫ରେ ୧୩୧, ୨୦୧୪ରେ ୧୩୮ ଓ ୨୦୧୩ ମସିହାରେ ମାତ୍ର ୮୧ଟି ମାମଲା ରୁଜୁ ହୋଇଥିଲା । ତେବେ ଭୁବନେଶ୍ୱର ସହରାଞ୍ଚଳରେ ୫ବର୍ଷ ମଧ୍ୟରେ ୩୬୧ ମାମଲା ରୁଜୁ ହୋଇଥିବାବେଳେ ସର୍ବାଧିକ ନାବାଳିକା ବଳାକ୍ରାରର ଶିକାର ହୋଇଛନ୍ତି । ୨୦୧୭ ମସିହାରେ ୧୨୫ଜଣ ଦୁଷ୍କର୍ମର ଶିକାର ହୋଇଥିବାବେଳେ ସେଥିରେ ସର୍ବାଧିକ ନାବାଳିକା ୮୨ଜଣ ରହିଛନ୍ତି ଓ ୪୩ ସାବାଳିକା ଧର୍ଷଣର ଶିକାର ହୋଇଥିବା ଏହି ରିପୋର୍ଟରୁ ଜଣାଯାଇଛି । ୨୦୧୬ରେ ୭୭ଜଣ ଶିକାର ହୋଇଥିବାବେଳେ ସେଥିରେ ୪୯ ନାବାଳିକା, ୨୮ସାବାଳିକା ରହିଛନ୍ତି । ସେହିପରି ୨୦୧୫ରେ ୮୭ଟି ମାମଲା ରୁଜୁ ହୋଇଥିଲା । ସେଥିରେ ୫୯ ନାବାଳିକା ଥିବାବେଳେ ୨୮ ସାବାଳିକା ରହିଛନ୍ତି । ୨୦୧୪ରେ ୭୨ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ୪୩ନାବାଳିକା, ୨୯ ପ୍ରାପ୍ତ ବୟସ୍କା ରହିଛନ୍ତି । ଏହି ସମୟରେ ଭୁବନେଶ୍ୱର ଅପେକ୍ଷା କଟକ ସହରାଞ୍ଚଳରେ ମାମଲା ହାର କମ ରହିଛି । ତେବେ କଟକ ସହରାଞ୍ଚଳରେ ଏହି ୫ବର୍ଷ ମଧ୍ୟରେ ୨୫୭ଟି ମାମଲା ପଞ୍ଜିକୃତ ହୋଇଛି । ୨୦୧୭ ମସିହାରେ ୩୯ନାବାଳିକା ବଳାକ୍ରାରର ଶିକାର ହୋଇଥିବାବେଳେ ୧୭ ସାବାଳିକା, ୨୦୧୬ରେ ୨୮ ନାବାଳିକା, ୩୩ ବୟସ୍କା, ୨୦୧୫ରେ ୩୨ ନାବାଳିକା ଓ ୧୨ଜଣ ବୟସ୍କା, ୨୦୧୪ରେ ଉଭୟ ୩୩ ନାବାଳିକା ଓ ବୟସ୍କା ବଳାକ୍ରାରର ଶିକାର ହୋଇଛନ୍ତି । ତେବେ ଭୁବନେଶ୍ୱର ସହରାଞ୍ଚଳରେ ଜଣେ ଗଣ ବଳାକ୍ରାରର ଶିକାର ହୋଇଥିବାବେଳେ କଟକରେ ୨ଜଣ ଶିକାର ହୋଇଛନ୍ତି । ସେହିପରି ଭୁବନେଶ୍ୱରରେ ୭୧ଟି ପ୍ରେମଜନିତ କିମ୍ବା ପଳାୟନ ମାମଲା ପଞ୍ଜିକୃତ ହୋଇଥିବାବେଳେ କଟକରେ ୩୯ଟି ଏପରି ମାମଲା ରୁଜୁ ହୋଇଛି । ତେବେ କମିସନରେଟ ପୁଲିସରେ ୧୮୧ଟି ଦାୟର ମାମଲା ମଧ୍ୟରୁ ୧୧୦ଟି ମାମଲା ପ୍ରେମଜନିତ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ତେବେ ପୁଲିସ ଏପରି ମାମଲାରେ ୨୦୧୭ରେ ୧୬୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ପୂର୍ବରୁ ୧୩୧ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇଛି । କିଛି ନାବାଳିକା ବଳାକ୍ରାର ମାମଲାର ବିଚାର ପ୍ରକ୍ରିୟାରେ ଦଣ୍ଡ ହାର ବୃଦ୍ଧି ପାଇଁ କମିସନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସିକୁ୍ୟଟର ନିଯୁକ୍ତି ଦିଆଯାଇଛି । ତେବେ ଜଟଣି ଥାନାର ଏକ ମାମଲାରେ ସ୍ୱତନ୍ତ୍ର ପିପି ନିଯୁକ୍ତ କରାଯାଇଥିବାବେଳେ ଚନ୍ଦ୍ରଶେଖରପୁର ଥାନା, ଖଣ୍ଡଗିରି ଓ ମହିଳା ଥାନାର ଗୋଟିଏ ଲେଖାଏଁ ମାମଲାରେ ସ୍ୱତନ୍ତ୍ର ପିପି ନିଯୁକ୍ତ କରାଯାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।