ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

Sep 14, 2022 - 05:45
 49
ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ଭୁବନେଶ୍ୱର : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପରେ ବନକଲାଗି ନୀତି ଆରମ୍ଭ ହେବ । ଏଥିପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଅପରାହ୍ଣ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଦତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ । ଏହା ଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଏ । ସେପଟେ ମାଉସୀ ମା’ ମନ୍ଦିରରେ ମଧ୍ୟ ଚାଲିଛି ମା’ଙ୍କ ସକାଳ ଆଳତି । ରଥଯାତ୍ରାରୁ ଫେରିବା ସମୟରେ ମାଉସୀ ମା’ଙ୍କ ଘରେ ପୋଡ ପିଠା ଖାଇଥାନ୍ତି ମହାପ୍ରଭୁ । ଆଜିର ଦିନରେ ମାଉସୀ ମା’ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି ।