ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟିର ବୈଠକ

Sep 15, 2018 - 18:06
 178
ଅନୁଗୋଳÿ ୧୫/୯ (ସକାଳଖବର): ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି, କିଶୋରନଗରର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନରେ ଜଏରାଟ ଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସମ୍ପାଦକ ଅନନ୍ତଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବିସତ୍ତ୍ୱେ ବାମୁର ଠାରେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ରହଣୀ ପାଇଁ ରେଳକର୍ତ୍ତୃପକ୍ଷ ବାସ୍ତବ ପଦକ୍ଷେପ ଗ୍ରହଣରେ ବିଳମ୍ବକୁନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ରେଳ କର୍ତ୍ତୃପକ୍ଷ ଟ୍ରେନ୍ ରହଣୀ ପାଇଁ ନିର୍ଦ୍ଧିଷ୍ଟ ଭାବେ ଘୋଷଣା ନକଲେ କମିଟି ପକ୍ଷରୁ ବା୍ମହୋଇ ଷ୍ଟେସନ୍ ସମ୍ମୁଖରେ ୧୨ଘଣ୍ଟିଆ ଆନେ୍ଦାଳନ କରାଯିବ ବୋଲି ବୈଠକରେ ଉପସ୍ଥିତ ଥିବା ପୂର୍ବତନ ସରପଞ୍ଚ ରମଣୀରଞ୍ଜନ ପ୍ରଧାନ, ତୀର୍ଥବାସୀ ଭୋଇ, ପିତାମ୍ବର ପ୍ରଧାନ, ଚେରୁ ପ୍ରଧାନ, ରବିନ୍ଦ୍ର ସାହୁ, ଗୌରଚନ୍ଦ୍ର ସାହୁ, ସିଦେ୍ଧଶ୍ୱର ପ୍ରଧାନ, ବୈକୁଣ୍ଠ ସାହୁ, ବାବାଜୀଚରଣ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏଥିସହିତ ସାରର କଳାବଜାର ବନ୍ଦକରି ·ଷୀକୁ ସୁଲଭ ମୂଲ୍ୟରେ ଯୋଗାଇଦେବା, ଗତ ବର୍ଷର ମରୁଡି ସହାୟତା ରାଶି ·ଷୀକୁ ପ୍ରଦାନ କରିବା, ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩ହଜାର ଟଙ୍କା କରିବା, ·ଷୀକୁ ପେନ୍ସନ୍ ବ୍ୟବସ୍ଥା, ହାତୀ ଓ ବନ୍ୟଜନ୍ତୁଙ୍କ ଉପଦ୍ରବର ସ୍ଥାୟୀ ପ୍ରତିକାର, ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଦାବିରେ ଆନେ୍ଦାଳନ ପାଇଁ ୨୨ ତାରିଖରେ କମିିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଧାରାବାହିକ ଆନେ୍ଦାଳନର କର୍ମସୂଚୀ ଗ୍ରହଣ କରାଯିବ ବୋଲି କମିଟିରେ ନିଷ୍ପତ୍ତି ହୋଇଛି ।