ସ୍ୱଚ୍ଛତା ପକ୍ଷରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sep 15, 2018 - 18:06
 182
ସ୍ୱଚ୍ଛତା ପକ୍ଷରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୧୫/୯(ସକାଳଖବର):ଗତ ୪ ବର୍ଷ ପୂର୍ବେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଅଭୂତପୂର୍ବ ଜନ ଆନେ୍ଦାଳନର କଳ୍ପନା କରିଥିଲେ, ସେହି ସାମାନ୍ୟ ଜନଆନେ୍ଦାଳନ ଓ ଆହ୍ୱାନ ଆଜି ଏକ ବିରାଟ ବଟବୃକ୍ଷର ରୂପ ନେଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ନୂଆଦିଲ୍ଲୀରେ ସ୍ୱଚ୍ଛତା ପକ୍ଷରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଆଜି ଦେଶର ବିଭିନ୍ନ କୋଣ ଅନୁକୋଣରେ ସାମାନ୍ୟ ନାଗରିକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହେବାରେ ଲାଗିଛନ୍ତି । ୧୫ ସେପ୍ଟେମ୍ବରରୁ ୨ ଅକ୍ଟୋବର ସାରା ଦେଶରେ ଏହାକୁ ପକ୍ଷ ଭାବେ ପାଳନ କରାଯାଉଛି । ଏହା ମାଧ୍ୟମରେ ଦେଶ ଏକ ଅଭୂତପୂର୍ବ ଜନଜାଗୃତିକୁ ଯାଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ ।