କୀର୍ତ୍ତି ରଞ୍ଜନ ବସ୍ତିଆଙ୍କ ଜାମିନ ଖାରଜ

May 10, 2018 - 14:08
 168
କଟକ,୧୦ା୫(ସକାଳଖବର): ଓସ୍କାର କୋ- ଅପରେଟିଭ ଲିମିଟେଡ ଚିଟ୍ଫଣ୍ଡ ସଂସ୍ଥାର ଅନ୍ୟତମ ନିଦେ୍ର୍ଧଶକ କୀର୍ତ୍ତି ରଞ୍ଜନ ବସ୍ତିଆଙ୍କ ଜାମିନ ଆବେଦନ ଉପରେ ସ୍ୱତନ୍ତ୍ର ଡେଜିଗନେଟେଡ କୋର୍ଟ ଶୁଣାଣି କରି ଏହା ଖାରଜ କରିଛନ୍ତି । ଉକ୍ତ କୋର୍ଟରେ ଆବେଦନକାରୀଙ୍କ ଆବେଦନ ଦ୍ୱିତୀୟ ଥର ପାଇଁ ଖାରଜ ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୁବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ । ଏହି ଚିଟ୍ଫଣ୍ଡ ସଂସ୍ଥା ମହାରାଷ୍ଟ୍ର, ଗୁଜୁରାଟ, ଓଡିଶା ଓ ଅନ୍ୟାନ୍ୟ ରାଜ୍ୟରେ ୫୦ରୁ ଊଦ୍ଧ୍ୱର୍ ଶାଖା କାର୍ଯ୍ୟାଳୟ ଖୋଲି ୨୩୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଓଡିଶାରେ ଜମାକାରୀଙ୍କ ଅଭିଯୋଗ ନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ପରିଚାଳନା ନିଦେ୍ର୍ଧଶକ ପ୍ରଭାସ ରାଉତ, ଅନ୍ୟତମ ସଦସ୍ୟ ମୁନା ପାତ୍ର, କମ୍ପାନୀର ଅନ୍ୟତମ ନିଦେ୍ର୍ଧଶକ ଅବନୀକାନ୍ତ ପଟ୍ଟନାୟକ, ପ୍ରଭାତ ପଟ୍ଟନାୟକ, କୀର୍ତ୍ତିର୍ରଞ୍ଜନ ବସ୍ତିଆ ଓ ତାରା ପ୍ରସାଦ ହୋତା ପ୍ରମୁଖଙ୍କୁ ୨୦୧୬, ଜୁନ ମାସ ୧୫ ତାରିଖରେ ଗିରଫ କରିଥିଲା ।