କଳାକାହ୍ନୁ ଚିଟ୍ଫଣ୍ଡ ସଂସ୍ଥା ନିଦେ୍ର୍ଧଶିକାଙ୍କ ଜାମିନ ନାମଞ୍ଜୁର

May 10, 2018 - 14:09
 158
କଳାକାହ୍ନୁ ଚିଟ୍ଫଣ୍ଡ ସଂସ୍ଥା ନିଦେ୍ର୍ଧଶିକାଙ୍କ ଜାମିନ ନାମଞ୍ଜୁର
କଟକ,୧୦ା୫(ସକାଳଖବର): କଳାକାହ୍ନୁ ଆଡ୍ଭଟାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍ ଚିଟ୍ଫଣ୍ଡ ସଂସ୍ଥାର ନିଦେ୍ର୍ଧଶିକା ମୋନାଲିସା ସେନାପତିଙ୍କ ଜାମିନ ଆବେଦନ ଉପରେ ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟ ଶୁଣାଣି କରି ଖାରଜ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୁବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ । ଏହି ସଂସ୍ଥା ଭୁବନେଶ୍ୱର ପଟିଆରେ ମୁଖ୍ୟ କାର୍ଯ୍ୟାଳୟ ଖୋଲି ବିଭିନ୍ନ ଯୋଜନାରେ ଜମାକାରୀଙ୍କ ନିକଟରୁ ପ୍ରାୟ ୪୫ଲକ୍ଷ ଟଙ୍କା ଠକି ନେଇଥିଲା । ଏ ସମ୍ପର୍କରେ ୨୦୧୫ ମାର୍ଚ୍ଚ ମାସରେ ଏକାଧିକ ଅଭିଯୋଗ ଆଧାରରେ କ୍ରାଇମ୍ବ୍ରାଞ୍ଚ୍ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ମାମଲା ରୁଜୁ ହୋଇଥିଲା । ତେବେ ଇଓଡବ୍ଲୁ୍ୟ ତଦନ୍ତ କରି ଗତ ଏପ୍ରିଲ ମାସ ୪ ତାରିଖରେ ଏହି ସଂସ୍ଥାର ମୁଖ୍ୟ କଳାକାହ୍ନୁ ବିଶୋଇ ଓ ତାଙ୍କ ପତ୍ନୀ ମୋନାଲିସା ସେନାପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।