କନ୍ୟା ସନ୍ତାନର ସୁରକ୍ଷା ଆମର ଦାୟିତ୍ୱ- ଜିଲା ଦୌରା ଜଜ

May 20, 2018 - 14:13
 174
କଟକ,୧୯ା୫(ସକାଳଖବର): କନ୍ୟା ସନ୍ତାନଙ୍କ ସୁରକ୍ଷା ଉପରେ ସଚେତନତା କରିବା ପାଇଁ କଟକ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ମୋଟର ସାଇକେଲ ରାଲି ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜିଲା ଦୌରା ଜଜ ତଥା ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟନାରାୟଣ ମିଶ୍ର ଯୋଗଦେଇ କହିଥିଲେ ଯେ ବର୍ତ୍ତମାନ ସମାଜରେ ଶିଶୁ କନ୍ୟାଙ୍କ ଉପରେ ହେଉଥିବା ଅମାନବିକ ଓ ପାଶବିକ ଅତ୍ୟାଚାରର ପ୍ରତିବାଦ ସ୍ୱରୂପ ସମାଜରେ ଏକ ସଚେତନତା ସୃଷ୍ଟି କରିବା ପାଇଁ ଏହି ଶୋଭାଯାତ୍ରାର ମୂଳ ଲକ୍ଷ୍ୟ ଥିଲା । ତେବେ କନ୍ୟା ସନ୍ତାନର ସୁରକ୍ଷା ଆମର ଗୁରୁ ଦାୟିତ୍ୱ ବୋଲି ସେ ଅଭିହିତ କରିଥିଲେ । ଏହି ଶୋଭାଯାତ୍ରାରେ ଜିଲାପାଳ ସୁଶାନ୍ତ ମହାପାତ୍ର, ଜିଲା ଦୌରାଜଜ ସତ୍ୟନାରାୟଣ ମିଶ୍ର, ଡିସିପି ଅଖିଳେଶ୍ୱର ସିଂହ, ଗ୍ରାମାଞ୍ଚଳ ଏସ୍‍ପି ମାଧବ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ପତ୍ତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା ।