ଉଜୁଡି ଯାଉଛି ଗ୍ରାମ୍ୟ ଜଙ୍ଗଲ

Jul 18, 2018 - 14:41
 147
ଉଜୁଡି ଯାଉଛି ଗ୍ରାମ୍ୟ ଜଙ୍ଗଲ
ଭଦ୍ରକ,୧୮/୭ (ଗ୍ଧଗ୍ଦଳଜ୍ଞଝକ୍ତହ): ପରିବେଶ ସୁରକ୍ଷା ପାଇଁ ତିଆରି ହେଉଛି ଜଙ୍ଗଲ । ମାତ୍ର ରକ୍ଷାଣାବେକ୍ଷଣ ଅଭାବରୁ ଉଜୁଡି ଯିବାକୁ ବସିଛି ଶହ ଶହ ଏକରର କୃତ୍ରିମ ଗ୍ରାମ୍ୟ ଜଙ୍ଗଲ । ସରକାରଙ୍କ ଲକ୍ଷ୍ୟ ଥିଲା ସମୁଦ୍ର ଉପକୂଳବର୍ତୀ ଏହି ଜିଲାର ଚାନ୍ଦବାଲି ବ୍ଲକରେ ବନ୍ୟା ବାତ୍ୟା ଓ ସାମୁଦ୍ରିକ ଜୁଆରରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା । ତାହା ସଫଳ ମଧ୍ୟ ହୋଇଥିଲା । ବିଭିନ୍ନ ସ୍ଥାନରେ କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଥିଲା । ହେଲେ ତାହା ଆଜି ଅଧିକାଂଶ ସ୍ଥାନରେ ଲୋପ ପାଇବାକୁ ବସିଛି । ଚାନ୍ଦବାଲି ବନଖଣ୍ଡ ବନ ବିଭାଗ ପକ୍ଷରୁ ୧୯୭୧ ମସିହା ମହାବତ୍ୟା ପରେ ସମୁଦ୍ର ଉପକୂଳବର୍ତୀ ଧାମରାରୁ ଚାନ୍ଦବାଲି ପ୍ରର୍ଯ୍ୟନ୍ତ ପ୍ରାୟ ୨୦ଟି ସରକାରୀ ସ୍ଥାନରେ ତିଆରି ହୋଇଥିଲା କୃତି୍ରମ ଗ୍ରାମ୍ୟ ଜଙ୍ଗଲ । ହେଲେ ତାହା ଆଜି କେଉଁଠି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ତ କିଛି ସ୍ଥାନରେ ରକ୍ଷଣାବେକ୍ଷଣ ଅଭାବରୁ ଉଜୁଡିବାକୁ ବସିଛି । ସବୁଠାରୁ ବଡକଥା ହେଉଛି ଏହି ଗ୍ରାମ୍ୟ ଜଙ୍ଗଲଗୁଡିକ ଚାନ୍ଦବାଲି ବନ ବିଭାଗ ଦ୍ୱାରା ରକ୍ଷାଣବେକ୍ଷଣ କରାଯାଉଥିବାବେଳେ ଜମିଗୁଡିକ ଚାନ୍ଦବାଲି ତହସିଲ ଅଧୀନରେ ରହିଛି । ତେଣୁ ଏବେ ଜଙ୍ଗଲ ବିଭାଗ ଚାହିଁଲେ ବି ସେହି ସ୍ଥାନରେ କିଛି ନୂଆ ପ୍ରୋଜେକ୍ଟ କରିପାରୁନାହିଁ । ଏବେ ଏହି ଦୁଇ ବିଭାଗର ଟଣାଓଟରା ମଧ୍ୟରେ ଏହି ଜଙ୍ଗଲଗୁଡିକ ଦିନେ ସଂପୂର୍ଣ୍ଣ ବିଲୋପ ହୋଇଯିବ ଏଥିରେ ସନେ୍ଦହ ନାହିଁ । ଚାନ୍ଦବାଲି ବ୍ଲକ ବାଲିଗାଁ ପଂଚାୟତର ପାହଡପୁର ଓ ଗାନ୍ଧିନଗରେ ରହିଛି ୧୫ ଏକର ଏବଂ ବଡ ଓସ୍ତିଆ ପଂଚାୟତ କଲେଜ ରୋଡ୍ ଓ ଗୋପାଳପୁର ମୌଜାରେ ୨୦ ଏକର, ଶାରଳା ପଡିଆରେ ୫ ଏକର, ଲକ୍ଷ୍ମୀନାରାୟଣ ପଡିଆରେ ୫ ଏକର ଗ୍ରାମ୍ୟ ଜଙ୍ଗଲ ରହିଛି । ମୋଟ ୪୫ ଏକର ଗ୍ରାମ୍ୟ ଜଙ୍ଗଲ ଏବେ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି । ଏଥିସହ ବାଲିଗାଁର ବଧିପଡିଆ, ୫ ଏକର ଗ୍ରାମ୍ୟ ଜଙ୍ଗଲ, ବଡଓସ୍ତିଆ ଫାୟାର ଷ୍ଟେସନ ପଡିଆର ୫ ଏକର କଲେଜ ପଡିଆ, ୬ ଏକର ଗ୍ରାମ୍ୟ ଜଙ୍ଗଲ ସଶ୍ଛସଣ୍ଣ ର୍ ନଷ୍ଟ ହେବାସହ ଅନ୍ୟ ୧୦ରୁ ୧୫ଟି ସ୍ଥାନରେ ଆଉ ଜଙ୍ଗଲର ଚିହ୍ନବଣ୍ଣ ର୍ ନାହିଁ । ଗୋଟିଏ ପଟେ ପରିବେଶ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ଅନ୍ୟପଟେ ଏବେ ହୁ ହୁ ହୋଇ ବଢି ଚାଲିଛି ଜନସଂଖ୍ୟା । ଏପରି ସ୍ଥିତିରେ ଚାନ୍ଦବାଲିରେ ସମସ୍ତ ଭିତିଭୂମି ଥାଇ ପରିବେଶ ସୁରକ୍ଷା ଉପରେ ଦୃଷ୍ଟି ଦିଆଯାଉନି । ଦୁଇ ବିଭାଗର କାଦୁଅ ଫିଙ୍ଗା ପାଇଁ ଉଜୁଡି ଯିବାକୁ ବସିଛି ଶହ ଶହ ଏକର ଜଙ୍ଗଲ । ବେଳ ଥାଉ ଥାଉ ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ଚାନ୍ଦବାଲି ଉତପ୍ତ ସହର ପାଲଟିବ, ଏଥିରେ ସନେ୍ଦହ ନାହିଁ । ଏ ସଂପର୍କରେ ତହସିଲଦାର ପ୍ରିମାଂଶୁ ଚାନ୍ଦଙ୍କୁ ପଚାରିବାରୁ ବନ ବିଭାଗ ଆମ ବିଭାଗକୁ ଜାଗା ହସ୍ତାନ୍ତର କରିବା ପାଇଁ ଅନୁମତି ମାଗେ ତେବେ ଅବଶ୍ୟକ ସ୍ଥଳେ ବିଚାର କରି ବନ ବିଭାଗକୁ କିଛି ପ୍ଲଟ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି । ସେହିପରି ବନ ବିଭାଗର ବରିଷ୍ଠ ଅଧିକାରୀ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ମତରେ ଯେହେତୁ ବନ ବିଭାଗ ଅଧୀନରେ ପ୍ଲଟଗୁଡିକ ଏଲାଇନେସନ ହୋଇପାରିନାହିଁ, ସେତେବେଳେ କେବଳ ବନ ବିଭାଗ ଚାହିଁଲେ ବି ସେହି ସ୍ଥାନଗୁଡିକର ରକ୍ଷଣାବେକ୍ଷଣ ବଦଳରେ ଅନ୍ୟ କିଛି ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରିହେବ ନାହିଁ ।