। ଅଦାଲତ ଅବମାନନା ମାମଲା: ନିଦେ୍ର୍ଧଶ କାର୍ଯ୍ୟକାରୀ କର
କଟକ, ୧୮ା୭(ସକାଳଖବର): ରାଜ୍ୟ ପ୍ରଶାସନିକ ଟ୍ରିବୁ୍ୟନାଲଙ୍କ ନିଦେ୍ର୍ଧଶକୁ ପାଳନ ନକରିବା ଓ ଆବେଦନକାରିଣୀଙ୍କୁ ବକେୟା ପ୍ରାପ୍ୟ ନଦେବା ପ୍ରସଙ୍ଗକୁ ନେଇ ଦାୟର ଅଦାଲତ ଅଦାଲତ ଅବମାନନା ମାମଲାରେ ସ୍ୟାଟ ଶୁଣାଣି କରି ଆସନ୍ତା ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ନିଦେ୍ର୍ଧଶ କାର୍ଯ୍ୟକାରୀ କର, ନଚେତ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଯଦି ବ୍ୟକ୍ତିଗତ ଭାବେ ହାଜର ନହୁଅନ୍ତି, ତେବେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲା ପାଟକୁରା ବ୍ଲକ ଅଧିନସ୍ଥ ଆଖୁଆ ଅଡ଼ଙ୍ଗ ସ୍କୁଲରେ ୧୯୯୦, ଜୁଲାଇ ମାସ ୫ତାରିଖରେ ସନ୍ଧ୍ୟାରାଣୀ ଲେଙ୍କା ଆସିଷ୍ଟାଣ୍ଟ ସେକସନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୧୯୯୪, ଜୁନ ମାସ ୭ତାରିଖରେ ସରକାର ତାଙ୍କ ପଦବି ଉପରେ ମୋହର ମାରିଥିଲେ । ତେବେ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସରକାରଙ୍କ ଅଧିନକୁ ଆସିଯିବା ପରେ ତାଙ୍କୁ ବଦଳି କରାଯାଇଥିଲା । ୧୯୯୭ ମସିହାରେ ତାଙ୍କୁ ଆଖୁଆ ଅଡ଼ଙ୍ଗ ସ୍କୁଲରୁ ଗୟାସପୁର ଅଧିନସ୍ଥ ବୀଣାପାଣି ହାଇସ୍କୁଲକୁ ବଦଳି କରାଯାଇଥିଲା । ମାତ୍ର ଦରମା ମୂଳ ନିଯୁକ୍ତି ସମୟରୁ ଦିଆନଯାଇ ୧୯୯୭ ମସିହାରୁ ଦିଆଗଲା । ଏହାକୁ ଚାଲେଞ୍ଜ କରି ଶିକ୍ଷୟିତ୍ରୀ ରାଜ୍ୟ ପ୍ରଶାସନିକ ଟ୍ରାଇବୁନାଲରେ ଏକ ମାମଲା ରୁଜୁ କଲେ । ମୂଳ ନିଯୁକ୍ତି ସମୟରୁ ଦରମା ଦିଆଯାଉ ବୋଲି ପ୍ରାର୍ଥନା କରି ଏହି ମାମଲା ରୁଜୁ କରିଥିଲେ । କୋର୍ଟ ଏହି ମାମଲାରେ ଶୁଣାଣି କରି ପଦବି ସୃଷ୍ଟି କରି ୬ମାସ ମଧ୍ୟରେ ଦରମା ଦେବାକୁ ନିଦେ୍ର୍ଧଶ ଦେବା ସହ ଯଦି ବିଫଳ ହୁଅନ୍ତି, ତେବେ ସୁଧହାରରେ ଦରମା ପ୍ରଦାନ କରିବା ପାଇଁ ଆଦେଶନାମାରେ ସ୍ପଷ୍ଟ କରିଥିଲେ । ମାତ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଫଳରେ ଆବେଦନକାରିଣୀ ପୁଣି ସ୍ୟାଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଗଣଶିକ୍ଷା ବିଭାଗ ସଚିବ, ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶକ ଓ କେନ୍ଦ୍ରାପଡା ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ବିରୋଧରେ ମାମଲା ଦାୟର କରିକଲେ । ଏଠାରେ ସୂଚନାଯୋଗ୍ୟ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଲେଙ୍କାଙ୍କୁ ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ବକେୟା ଦରମା ଦିଅ, ନଚେତ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ନାଁରେ ଅଦାଲତ ଅବମାମନା ମାମଲା ଚାଲିବ ବୋଲି ସ୍ୟାଟ ଗତ ଏପ୍ରିଲ ମାସରେ ଶୁଣାଣି କରି ଏହି ନିଦେ୍ର୍ଧଶ ଦେଇଥିଲେ ।