ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ, ବିଳମ୍ୱିତ ରାତିରେ ପୋଡିଦେଲେ ୩ ବାଇକ୍

Oct 31, 2022 - 06:02
 45
ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ, ବିଳମ୍ୱିତ ରାତିରେ ପୋଡିଦେଲେ ୩ ବାଇକ୍
ଭୁବନେଶ୍ୱର ୩୧/୧୦: ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ । ରାତିରେ ବାଇକ୍‌ରେ ଲଗେଇଲେ ନିଆଁ । ଲକ୍ଷ୍ମୀସାଗର ପତିତ ପାବନ ମନ୍ଦିର ମଣ୍ଡପ ସାହିରେ ୩ଟି ଗାଡ଼ି ନିଆଁ ଲଗେଇ ଦେଇଥିବା ଅଭିଯୋଗ କରିଛନ୍ତି ଗାଡି ମାଲିକ । ରାତି ପ୍ରାୟ ୧.୩୦ ସମୟରେ ଘର ବାହାରେ ସବୁଦିନ ଭଳି ଗତି ରଖିଥିଲେ ଗଡିମାଲିକ । ହଠାତ ଦେଖିଥିଲେ ଜଳୁଛି ଗାଡି । ପାଣି ଓ ବାଲି ଫିଙ୍ଗି ନିଆଁ ଲିଭେଇଦେଇ ଥିଲେ । ୨ ବାଇକ୍ ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲା ଗୋଟିଏ ବାଇକ । ଗୋଟିଏ ହୋଣ୍ଡା ସାଇନ୍ , ସୂଜିକି ଆକ୍ସେସ୍ ଓ ହୋଣ୍ଡା ଆକ୍ଟିଭା ଗାଡ଼ି ଜଳିଯାଇଛି । ଏନେଇ ଲକ୍ଷ୍ମୀ ସାଗର ଥାନାର ଅଭିଯୋଗ କରିଛନ୍ତି ଗାଡି ମାଲିକ ।