ଆସାମରୁ ସାଂସଦ ଥିବା ସତ୍ୱେ ମନମୋହନ ସିଂ ସରକାର ରାଜ୍ୟପ୍ରତି ଅବହେଳା କରିଥିଲା - ଶାହା

Mar 29, 2019 - 06:00
 156
ଆସାମରୁ ସାଂସଦ ଥିବା ସତ୍ୱେ ମନମୋହନ ସିଂ ସରକାର ରାଜ୍ୟପ୍ରତି ଅବହେଳା କରିଥିଲା - ଶାହା
ଗୌହାଟୀ, ୨୮/୩(ସକାଳଖବର): ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆସାମ ଗସ୍ତରେ ଯାଇ କାଲିଆମୋର ଏବଂ ଜୋରହଟରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ତାଙ୍କର ବହୁମିଶ୍ରିତ ମେଂଟ ଉପରେ ବର୍ଷିଛନ୍ତି । ତା’ ସହିତ ଗତ ୨୦ ବର୍ଷର କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାରର ତଥା ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ଥାଣୁତା ଉପରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଦେଶସାରା ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅତୁଟ ଶ୍ରଦ୍ଧା ଏବଂ ସମର୍ଥନ ଅଛି । ଦେଶର ଜନତା ପ୍ରଚଣ୍ଡ ବହୁମତରେ ଦେଶରେ ପୁଣିଥରେ ମୋଦି ସରକାର ଗଠନ କରିବାକୁ ନିଷ୍ପତି ନେଇଛନ୍ତି । ଭାରତୀୟ ଜନତା ପାର୍ଟି ଆସାମରେ ୧୪ରୁ ୧୪ ସିଟ୍ ଜିତିବାକୁ ଯାଉଛି । ୨୦୧୯ ଲୋକସଭା ନିର୍ବାଚନ ଭାରତର ଭବିଷ୍ୟତ ନିର୍ଦ୍ଧାରିତ କରିବାର ନିର୍ବାଚନ ହେବ । ଯେଉଁଠାରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମହାମିଶ୍ରିତ ମେଂଟ ଯେଉଁଥିରେ ବଦରୁଦ୍ଧିନ ଅଜମଲ ଭଳି ଲୋକମାନେ ପଛରାସ୍ତାରେ ସାମିଲ ଅଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ ଭାରତୀୟ ଜନତା ପାର୍ଟି ନୀତି ଏନ୍ଡିଏ ସରକାର । ସେ ଆହୁରି କହିଛନ୍ତି ଯେ କଂଗ୍ରେସର ୟୁପିଏ ସରକାରରେ ପ୍ରଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂହ ଆସାମରୁ ୨୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିଲେ । କିନ୍ତୁ ଏହି ୨୦ ବର୍ଷରେ ସେ ରାଜ୍ୟର ଜନତାମାନଙ୍କ ପାଇଁ କ’ଣ କରିଛନ୍ତି, ଆସାମର ଜନସାଧାରଣ ଏହାର ହିସାବ ମାଗୁଛନ୍ତି । ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ କଂଗ୍ରେସ ପାର୍ଟି କେବଳ ଦେଶରେ ଲୋକତନ୍ତ୍ରର ମୂଳଦୁଆକୁ ଦୁର୍ବଳ କରିଛନ୍ତି ଏବଂ ବିକାଶର ଗତିକୁ ଅବରୁଦ୍ଧ କରିଛନ୍ତି । ଆସାମର ଜନସାଧାରଣଙ୍କ ଉଦେ୍ଧଶ୍ୟରେ ସେ କହିଛନ୍ତି ଯେ, ମୁଁ ଆସାମର ଜନସାଧାରଣଙ୍କୁ ଆଶ୍ୱସ୍ତ କରୁଛି ଯେ ଆପଣ ପୁଣିଥରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧିନ ଏନ୍ଡିଏ ସରକାର କରିଦିଅନ୍ତୁ, ଆମେ ଗୋଟେ ଗୋଟେ ଆସମରୁ ବାହାର କରିବୁ । ରାଜୀବ ଗାନ୍ଧୀ ଆସାମ ଏକଡ଼ କଲେ ଏଥିରେ କ୍ଲଜ ୬ ଯୋଡ଼ିଥିଲେ ଯେଉଁଥିରେ ଆସାମର ଅସ୍ମିତା, ଭାଷା, ସଂସ୍କୃତି ଏବଂ ସ୍ଥାନୀୟ ଜନ ପ୍ରତିନିଧିତ୍ୱ ପାଇଁ ଥିଲା, କିନ୍ତୁ କଂଗ୍ରେସ ସରକାର ଏ ଦିଗରେ କିଛି କରିନାହିଁ । ମୋଦି ସରକାର କ୍ଲଜ ୬ ଉପରେ ନିଷ୍ପତି ପାଇଁ ଗୋଟିଏ କମିଟି ଗଠନ କରିଛନ୍ତି ଯାହାର ରିପୋର୍ଟ ଖୁବ୍ଶୀଘ୍ର ଆସିଯିବ । ଏହି ଆଧାରରେ ଆମେ କ୍ଲଜ ୬କୁ ଲାଗୁ ପାଇଁ କାମ କରିବୁ । ସେ ଆହୁରି କହିଛନ୍ତି, ମୋଦି ସରକାର ୧୪ତମ ଅର୍ଥ ଆୟୋଗରେ ଆସାମ ପାଇଁ ୨,୯୪,୦୦୦ କୋଟି ଟଙ୍କାର ଆବଂଟିତ କରିଛନ୍ତି, କିନ୍ତୁ କଂଗ୍ରେସ ୧୩ତମ ଅର୍ଥ ଆୟୋଗରେ ପାଂଚବର୍ଷ ମଧ୍ୟରେ କେବଳ ୫୦ ହଜାର କୋଟି ଟଙ୍କାର ଆବଂଟନ କରିଥିଲା ।