ବିଜେଡ଼ି ଛାଡିଲେ ପୂର୍ବତନ ସାଂସଦ ମୋହନ ଜେନା

Mar 29, 2019 - 06:02
 129
ଭୁବନେଶ୍ୱର,୨୮/୩(ସକାଳଖବର): ଯାଜପୁର ଜିଲ୍ଳାର ପୂର୍ବତନ ଲୋକସଭା ସାଂସଦ ତଥା ବିଜେଡ଼ି ଦଳର ବରିଷ୍ଠ ନେତା ମୋହନ ଜେନା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏହି ଦଳରେ ତିଳେ ମାତ୍ର ଗଣତନ୍ତ୍ର ନାହିଁ । ଏବେ ମୌଳିକ ଚରିତ୍ର ହରାଇ ବସିଛି । ନବୀନବାବୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ଦଳ ଜଣେ ଭାରତୀୟ ସେବା ପ୍ରସାଶନିକ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହା ଏକ ପ୍ରାଇଭେଟ ଲିମିଟେଡ଼ରେ କମ୍ପାନୀରେ ପରିଣତ ହୋଇଛି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିବା କଥା ଶ୍ରୀ ଜେନା ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ହତ୍ୟାକାରୀଙ୍କ ପତ୍ନୀଙ୍କୁ, ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତି, ସିବିଆଇ ଦ୍ୱାରା ଜେରା ହୋଇଥିବା ବ୍ୟକ୍ତି ମାନଙ୍କୁ ଦଳୀୟ ଟିକେଟ ଦିଆଯାଉଛି । ଦଳ ପାଇଁ ନିଷ୍ଠାର ସହିତ କାମ କରିଥିବା ବ୍ୟକ୍ତିମାନଙ୍କୁ ଅବହେଳା କରାଯାଇଛି । ବାଧ୍ୟ ହୋଇ ମୁଁ ସେ ଦଳରୁ ଇସ୍ତଫା ଦେଇଛି । ତେବେ ମୁଁ ବସିବି ନାହିଁ । ମୁଁ ଜଣେ ରାଜନୈତିକ ବ୍ୟକ୍ତି । ମୋର ଶୁଭେଚ୍ଛୁ ସମର୍ଥକ ମାନଙ୍କ ସହିତ ଆଲୋଚନା କରି ଯାହା କିଛି ନିଷ୍ପତି ନେବି ବୋଲି ପୂର୍ବତନ ସାଂସଦ ଶ୍ରୀ ଜେନା କହିଥିଲେ ।