ଆମ ଗାଁ ଆମ ବିକାଶ ଯୋଜନାରେ ୭ଟି ବ୍ଲକର ୧୩୬୫ଟି ପ୍ରକଳ୍ପକୁ ୩୧.୫୪ କୋଟି ଟଙ୍କା ମଂଜୁରୀ
ଭୁବନେଶ୍ୱର, ୨୭/୬( ସକାଳଖବର): ଆମ ଗାଁ ଆମ ବିକାଶ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ସୁକିନ୍ଦା ବ୍ଲକର ୨୫ଟି ପଂଚାୟତ ପାଇଁ ୩.୯୧ କୋଟି ଟଙ୍କାରେ ୭୦ଟି ପ୍ରକଳ୍ପ, କାଲିମେଳା ବ୍ଲକର ୨୩ଟି ପଂଚାୟତ ପାଇଁ ୪.୪୫ କୋଟି ଟଙ୍କାରେ ୨୯୪ଟି ପ୍ରକଳ୍ପ, ବୁଗୁଡା ବ୍ଲକର ୨୧ଟି ପଂଚାୟତ ପାଇଁ ୫ କୋଟି ଟଙ୍କାରେ ୧୫୫ଟି ପ୍ରକଳ୍ପ, ନୂଆଗାଁ ବ୍ଲକର ୨୦ଟି ପଂଚାୟତ ପାଇଁ ୫ କୋଟି ଟଙ୍କାରେ ୧୫୫ଟି ପ୍ରକଳ୍ପ, ସତ୍ୟବାଦୀ ବ୍ଲକର ୨୩ ଟି ପଂଚାୟତ ପାଇଁ ୫.୧୬ କୋଟି ଟଙ୍କାରେ ୨୯୦ଟି ପ୍ରକଳ୍ପ, ପରଜଂଗ ବ୍ଲକର ୨୯ଟି ପଂଚାୟତ ପାଇଁ ୫,୭୧ କୋଟି ଟଙ୍କାରେ ୨୪୦ଟି ପ୍ରକଳ୍ପ ଓ ବଣାଇ ବ୍ଲକରେ ୧୩ଟି ପଂଚାୟତ ପାଇଁ ୨.୦୬ କୋଟି ଟଙ୍କାରେ ୧୧୬ ଟି ପ୍ରକଳ୍ପକୁ ମଂଜୂରୀ ପ୍ରଦାନ କରିଛନ୍ତି । ଏହି ପରି ସମୁଦାୟ ୭ଟି ବ୍ଲକର ୧୫୪ଟି ପଂଚାୟକ ପାଇଁ ମୁଖ୍ୟମନ୍ତ୍ରୀ ୩୧.୫୪ କୋଟିରେ ମୋଟ ୧୩୬୫ଟି ପ୍ରକଳ୍ରପକୁ ମଂଜୂରୀ ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପଂଚାୟତିରା, ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ସଂପୃକ୍ତ ଅଂଚଳର ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।