ଆନ୍ତର୍ଜିାତିକ କାର୍ଯ୍ୟକ୍ରମ ପାଇଁ ଅଖଣ୍ଡ ମନୋନୀତ, ୪ରେ ଯିବେ ଆର୍ମେନିଆ

May 25, 2018 - 14:30
 169
ଆନ୍ତର୍ଜିାତିକ କାର୍ଯ୍ୟକ୍ରମ ପାଇଁ ଅଖଣ୍ଡ ମନୋନୀତ, ୪ରେ ଯିବେ ଆର୍ମେନିଆ
ରାଜ୍ୟର ଜଣାଶୁଣା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଆର୍ମେନିଆରେ ହେବାକୁ ଥିବା ଆନ୍ତର୍ଜାତୀୟ ଡିଜିଟାଲ୍ କ୍ୟାମ୍ପେନିଂ ତାଲିମ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି । ଏସିଆ ଓ ୟୁରୋପ ମହାଦେଶରୁ ୧୦ ଜଣ ଲେଖାଁଏ ସାମାଜିକ କର୍ମୀଙ୍କୁ ନେଇ ଏହି ତାଲିମ କାର୍ଯ୍ୟକ୍ରମ ହେଉଛି । ଆନ୍ତର୍ଜାତିକ ମାନବାଧିକାର ସଂସ୍ଥା ‘ସିଭିକସ୍’ ପକ୍ଷରୁ ଏହା ଆୟୋଜିତ ହେଉଛି । ଅଖଣ୍ଡ ଗତ ଦଶ ବର୍ଷରୁ ଅଧିକ ସମୟ ଧରି ମାନବାଧିକାର ସୁରକ୍ଷା ଦିଗରେ କାମ କରିଆସୁଛନ୍ତି । ବିଭିନ୍ନ ମାନବାଧିକାର ପ୍ରସଙ୍ଗରେ ସେ ଜାତୀୟ ମାନବାଧିକାର କମିଶନ, ରାଜ୍ୟ ମାନବାଧିକାର କମିଶନଙ୍କ ସମେତ ଅନ୍ୟାନ୍ୟ କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ସରକାରୀ କର୍ତୁପକ୍ଷମାନଙ୍କୁ ଉତରଦାୟୀ କରାଇବା ସହ ସମାଜର ଦୁର୍ବଳ ବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ କାମ କରୁଛନ୍ତି । ସେ ଏବେ ସିଭିଲ ସୋସାଇଟି ଫୋରମ୍ ଅନ୍ ହୁ୍ୟମାନ ରାଇଟସ୍ର ୱାର୍କିଂ ଗ୍ରୁପ ସଦସ୍ୟ ଅଛନ୍ତି । ଏହି କାର୍ଯ୍ୟକ୍ରମ ଆସନ୍ତା ଜୁନ୍ ୫ରୁ ୭ ତାରିଖ ଯାଏଁ ହେବ । ଡିଜିଟାଲ୍ ମାଧ୍ୟମକୁ ବିଭିନ୍ନ ଦେଶର ମାନବାଧିକାର କର୍ମୀମାନେ ବ୍ୟବହାର କରିବା ଓ ଏ କ୍ଷେତ୍ରରେ ସୁରକ୍ଷା ଓ ନିରାପତା ଆଦି ବିଷୟରେ ଅବଗତ ହେବା ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଧଶ୍ୟ । ପ୍ରାର୍ଥୀମାନଙ୍କର ସବୁ ଖର୍ଚ୍ଚ ବହନ ଆୟୋଜକ ସଂସ୍ଥା ବହନ କରୁଛି । ଆର୍ମେନିଆ ହେଉଛି ଅବିଭକ୍ତ ଋଷ୍ ଗଣରାଜ୍ୟର ଏକ ଅଂଶ । ଏହାର ରାଜଧାନୀ ୟେରେବାନ୍ରେ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ ।