ବସ୍ ଧକ୍କାରେ ଡାକ୍ତରଙ୍କ ମୃତ୍ୟୁ

Aug 2, 2018 - 17:41
 173
ବସ୍ ଧକ୍କାରେ ଡାକ୍ତରଙ୍କ ମୃତ୍ୟୁ
ଭୁବନେଶ୍ୱର,୨/୮(ସକାଳଖବର): ଭୁବନେଶ୍ୱର ଚନ୍ଦ୍ରଶେଖର ପେଟ୍ରୋଲ ପମ୍ପ ନିକଟରେ ଏକ ବସ୍ ଧକ୍କା ଦେବା ଫଳରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ମୃତ ଡାକ୍ତର ଜଣକ ହେଲେ ବସନ୍ତ ରାଉତ । ସେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ମେଡିସିନ୍ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ । ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିବା ବେଳେ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍ କୁ ଭଙ୍ଗାରୁଜା କରିଛନ୍ତି । ବସ୍ ର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା ।