ଜାତୀୟ ସହରାଚଂଳ ସ୍ୱାସ୍ଥ୍ୟ ମିଶନ ରାଜ୍ୟସ୍ତରୀୟ କର୍ମଶାଳା

May 25, 2018 - 14:42
 199
ଜାତୀୟ ସହରାଚଂଳ ସ୍ୱାସ୍ଥ୍ୟ ମିଶନ ରାଜ୍ୟସ୍ତରୀୟ କର୍ମଶାଳା
ଭୁବନେଶ୍ୱର,୨୫ା୫- ପୌର ପରିଷଦଗୁଡିକର ସକ୍ରିୟ ଭାଗୀଦାରିତାରେ ସହରାଚଂଳ ସ୍ୱାସ୍ଥ୍ୟ ମିଶନ ଅଧିକ ସୁଦୃଢ ହେବା ସହିତ ସହରତଳି ବସ୍ତିବାସିନ୍ଦାଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରାଯାଇ ପାରିବ । ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଜାତୀୟ ସହରାଚଂଳ ସ୍ୱାସ୍ଥ୍ୟ ମିଶନ ରାଜ୍ୟସ୍ତରୀୟ କର୍ମଶାଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା କହିଛନ୍ତି ଯେ ସହରାଚଂଳ ଜନସମୁଦାୟ ବିଶେଷ କରି ବସ୍ତିବାସିନ୍ଦା ଓ ସହରତଳି ଲୋକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସବୋ ପ୍ରଦାନ କରି ସ୍ୱାସ୍ଥ୍ୟ ଜନିତ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହୋଇ ପାରିଛି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସହରାଚଂଳ ସ୍ୱାସ୍ଥ୍ୟ ମିଶନ ଓଡିଶାରେ ୨୦୧୪ ମସିହାରୁ ଆରମ୍ଭ ହେବା ପରେ ଏହା ବ୍ୟାପକ କରାଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ ୩୦ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୨୪ ଟି ଜିଲ୍ଲା ସଦର ମହକୁମା ଏବଂ ୫୦ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୧ଟି ସହରରେ କାର୍ଯ୍ୟକାରୀ କରାଯାଇଛି । ସମୁଦାୟ ୮୫ ଟି ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୬ ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ୨୦୧୪ ରୁ ୨୦୧୮ ମଧ୍ୟରେ ୬୩ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଉପକୃତ ହେଲେଣି । ଆମ କ୍ଲିନିକ୍ ୮୩ ଟି ସହରାଚଂଳ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକାରୀ କରାଯାଇଛି । ସେହି ସବୁ ଜାଗାରେ ବିଶେଷଜ୍ଞ ସେବା ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ପରିଷଦ ଗୁଡିକର ସକ୍ରିୟ ଭାଗୀଦାରି ଏହାକୁ ନି୧⁄୨ିତ ଭାବେ ସୁଦୃଢ କରିପାରିବ । ପୌର ପରିଷଦଗୁଡିକର ନିର୍ବାଚିତ ପ୍ରତିନିଧିମାନେ କାର୍ଯ୍ୟ ଯୋଜନା ପ୍ରସ୍ତୁତି , ରୂପାୟନ ଏବଂ ଅଗ୍ରଗତି ସଂପର୍କରେ ତଦାରଖ ଏବଂ ସକ୍ରିୟ ଅଂଶ ଗ୍ରହଣ କରିବା ଉପରେ ସଚିବ ଡାଃ ମେହେର୍ଦ୍ଧା ଗୁରୁତ୍ୱ ଆରୋପ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମବଣାଳୟ ଜାତୀୟ ସହରାଚଂଳ ସ୍ୱାସ୍ଥ୍ୟ ମିଶନ ଯୁଗ୍ମ ସଚିବ ପ୍ରିତି ପନ୍ଥ ତାଙ୍କ ଅଭିଭାଷଣରେ ମିଶନର କାର୍ଯ୍ୟକ୍ରମକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରାଯିବା ଦିଗରେ ସମସ୍ତଙ୍କର ଭୂମିକା ଏବଂ ଦାୟିତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନକରି କର୍ମଶାଳା ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ସହରାଚଂଳ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଉଭୟ ସକାଳ ଓ ସନ୍ଧ୍ୟାରେ ବର୍ହି ବିଭାଗ କାର୍ଯ୍ୟକରୁଛି । ୫ ଟି ମହାନଗର ନିଗମ ଅଂଚଳରେ ନଗର ପରିଚାଳନା କେନ୍ଦ୍ର ଜରିଆରେ ଆବଶ୍ୟକ ମାନବ ସଙ୍କଳ ଯୋଗାଇ ଦିଆଯାଇଛି । ବର୍ତମାନ ସୁଦ୍ଧା ୩୧୮ ମହିଳା ସ୍ୱାସ୍ଥ୍ୟ କର୍ମୀ , ୧୧୫ ଷ୍ଟାଫନର୍ସ , ୫୧ ଏଲ୍.ଟି , ୩୬ ଫାର୍ମାଶିଷ୍ଟ ଆଦି କାର୍ଯ୍ୟରତ ଅଛନ୍ତି । ୭ଟି ସହରରେ ୯ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର , ୩୧୩୨ ମହିଳା ଆରୋଗ୍ୟ ସମିତି , ୮୮୨ ୱାର୍ଡ କଲ୍ୟାଣ ସମିତି ଏବଂ ୯୧ ରୋଗୀ କଲ୍ୟାଣ ସମିତି ଗଠନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପୌର ନିଦେ୍ର୍ଧଶକ ସଂଗ୍ରାମଜିତ୍ ନାୟକ , କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମବଣାଳୟ ଜାତୀୟ ସହରାଚଂଳ ସ୍ୱାସ୍ଥ୍ୟମିଶନ ଉପକମିଶନର ଡାଃ ବାସବ ଗୁପ୍ତା ପ୍ରମୁଖ ଉଦ୍ ବୋଧନ ଦେଇଥିଲେ । ଅତିରିକ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକ ମୃଣାଳକାନ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଉପରେ ପ୍ରସ୍ତୁତ ସୂଚନା ପୁସ୍ତିକା ଏବଂ ବାଲୁକାକଳା ଉପରେ ଆଧାରିତ କ୍ଷୁଦ୍ର ଚଳଚିତ୍ର ସିଡି ଉନ୍ମୋଚିତ ହୋଇଥିଲା । ଏହି କର୍ମଶାଳାରେ ମହାନଗର ନିଗମ ମେୟର , ମିଶନ କାର୍ଯ୍ୟକାରୀ ହେଉଥିବା ସହରର ମ୍ୟୁନିସପାଲିଟି ଅଧ୍ୟକ୍ଷ ଅଧ୍ୟକ୍ଷା , ମହାନଗର ନିଗମ କମିଶନର , ପୌରପରିଷଦ ନିର୍ବାହୀ ଅଧିକାରୀ , ମିଶନ ନୋଡାଲ ଅଧିକାରୀ , ସ୍ୱାସ୍ଥ୍ୟ ଅଧିକାରୀ , ଡେଭଲପମେଂଟ ପାର୍ଟନର , କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମବଣାଳୟର ପଦାଧିକାରୀ , କୋଲକତା ଏବଂ ଅହମଦାବାଦ୍ ମହାନଗର ନିଗମର ପ୍ରତିନିଧିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଛନ୍ତି ।