୮ ଟ୍ରକ ଡ଼୍ରାଇଭରକୁ ହାଣି ଲକ୍ଷାଧିକ ଲୁଟ୍

Sep 14, 2018 - 18:43
 225
ଅନୁଗୋଳ, ୧୪/୯ (ସକାଳଖବର): ଜରପଡ଼ା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଏକ ନିଛାଟିଆ ଜାଗାରେ ଲୁଟେରାମାନେ ଗୋଟି ଗୋଟି କରି ୮ ଟ୍ରକ ଡ଼୍ରାଇଭରକୁ ଭୂଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଜାତୀୟ ରାଜପଥ ଦେଇ ଏକ ଘରୋଇ କମ୍ପାନୀକୁ ୮ଟି ଟ୍ରକ ଯାଉଥିବାବେଳେ ଅପରାହ୍ନ ୨ ଘଟିକା ବେଳେ ୨ଜଣ ଲୁଟେରା ଭୂଜାଲିରେ ଆକ୍ରମଣ କରିଥିଲେ । ଯଦ୍ୱାରା ଡ଼୍ରାଇଭର ମାନେ ଗୁରୁତର ଆହତ ହୋଇପଡ଼ିଥିଲେ । ଖବର ପାଇ ପୋଲିସ ୮ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିସôା ପାଇଁ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।