ସିଟି ହସ୍ପିଟାଲ: ବର୍ଜ୍ୟବସ୍ତୁ ବିଶୋଧନାଗାର ଅଚଳ

Jun 14, 2018 - 15:13
 163
କଟକ, ୧୪ା୬/(ସକାଳଖବର): ସାଲାଇନ, ଇଞ୍ଜେକସନ, ଗଜ କପଡା, ତୁଳା ଓ ଅସ୍ତ୍ରୋପଚାରରେ ବାହାରିଥିବା ବର୍ଜ୍ୟବସ୍ତୁକୁ ବିଶୋଧନ କରିବାପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ସିଟି ହସ୍ପିଟାଲ)ରେ ରହିଥିବା ବିଶୋଧନାଗାରଟି ଦୀର୍ଘଦିନଧରି ଅଚଳ ହୋଇପଡିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କକ୍ଷରେ ତାଲା ପଡିବା ସହ ଯନ୍ତ୍ରାଂଶରେ କଳଙ୍କି ଲାଗିଗଲାଣି । ଫଳରେ ମେଡିକାଲ ପରିସରରେ ସାଲାଇନ ବୋତଲ ଓ ଅନ୍ୟାନ୍ୟ ବର୍ଜବସ୍ତୁ ପଡିରହୁଛି ।ଏ ସମ୍ପର୍କରେ ହସ୍ପିଟାଲ ମ୍ୟାନେଜରଙ୍କୁ ପଚାରିବାରେ କହିଛନ୍ତି ଯେ, ପୂର୍ବରୁ ବର୍ଜ୍ୟବସ୍ତୁ ବିଶୋଧନାଗାର କାର୍ଯ୍ୟ କରୁଥିଲା । ପରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଅନୁସାରେ , ୭୦ କିଲୋମିଟର ପରିସୀମା ମଧ୍ୟରେ ଗୋଟିଏ ବର୍ଜ୍ୟବସ୍ତୁ ବିଶୋଧନାଗାର କାର୍ଯ୍ୟ କରିବ । ସେଥିରେ ନିକଟସ୍ଥ ସମସ୍ତ ହସ୍ପିଟାଲର ବର୍ଜ୍ୟବସ୍ତୁକୁ ବିଶୋଧନ କରାଯିବ । ସେହି ନିୟମ ଅନୁସାରେ ଏଠାକାର ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ) ପରିସରରେ ଥିବା ବର୍ଜ୍ୟବସ୍ତୁ ବିଶୋଧନାଗାରରେ ବିଶୋଧନ କରାଯାଉଛି । ସିଟି ହସ୍ପିଟାଲ ପରିସରରେ ପଡିଥିବା ସାଲାଇନଗୁଡିକୁ ଖୁବଶୀଘ୍ର ସଫା କରାଯିବ ବୋଲି ସେ କହିଥିଲେ ।