୭୬ ବର୍ଷରେ ପଦାର୍ପଣ କଲେ ନବୀନ, ମୋଦି ଜଣାଇଲେ ଶୁଭେଚ୍ଛା

Oct 16, 2021 - 05:53
 106
୭୬ ବର୍ଷରେ ପଦାର୍ପଣ କଲେ ନବୀନ, ମୋଦି ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର, ୧୬|୧୦ : ୭୬ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନ୍ମଦିନରେ ନବୀନଙ୍କୁ ଚାରିଆଢୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ନବୀନଙ୍କୁ ଶୁଭ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଏହାସହ ମୋଦୀ ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି ।