ମନୀଷ ଅନୁରାଗ ମୃତ୍ୟୁ ମାମଲା : ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Oct 16, 2021 - 05:58
 69
ମନୀଷ ଅନୁରାଗ ମୃତ୍ୟୁ ମାମଲା :  ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ବର ୧୬।୧୦: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନୂଆ ମୋଡ । ୩ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଦୀନେଶ ମହାପାତ୍ର ଓରଫ ଲିଟୁ, ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନା ଓ ଅମ୍ରିତ ବିଶ୍ବାଳ । ମନୀଷଙ୍କୁ ହତ୍ୟା ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଶନିବାର ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯିବ । ଗତ ୧୦ ତାରିଖରେ ପାତ୍ରପଡା ସ୍ଥିତ ଏହ ପୋଖରୀରେ ମନୀଷଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା ।