ଟିମ୍ ଇଣ୍ଡିଆର ନୂଆ କୋଚ୍ ହେବେ ଦ୍ରାବିଡ୍

Oct 16, 2021 - 05:40
 63
ଟିମ୍ ଇଣ୍ଡିଆର ନୂଆ କୋଚ୍ ହେବେ ଦ୍ରାବିଡ୍
ନୂଆଦିଲ୍ଲୀ ୧୬/୧୦: ଭାରତର ପରବର୍ତ୍ତୀ ହେଡ୍ କୋଚ୍ ହେବେ ରାହୁଲ ଦ୍ରାବିଡ୍ । କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ)ର ସୂତ୍ରରୁ ଏହା ସୂଚନା ଆସିଛି । ସୂଚନାନୁସାରେ, ଦ୍ରାବିଡ଼ ଟିମ୍ ଇଣ୍ଡିଆର କୋଚ୍ ହେବାକୁ ରାଜି ହୋଇଛନ୍ତି । ଶୁକ୍ରବାର ଆଇପିଏଲ୍ ଫାଇନାଲ୍ ସମୟରେ ଦ୍ରାବିଡ ଏବଂ ବିସିସିଆଇ ଏହି ବିଷୟରେ ଆଲୋଚନା ହୋଇଥିଲା । ତେବେ ସେ ୨୦୨୩ ପର୍ଯ୍ୟନ୍ତ ଏନେଇ ଚୁକ୍ତି କରିବେ । ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନି । ଏଠାରେ କୁହାଯାଉଛି, କିଛି ସମୟ ପୂର୍ବରୁ ରାହୁଲ ଦ୍ରାବିଡ କୋଚ୍ ହେବାକୁ ମନା କରିଦେଇଥିଲେ । କିନ୍ତୁ ବିସିସିଆଇର ଅନେକ ଉଦ୍ୟମ ପରେ ସେ ଏଥିପାଇଁ ରାଜି ହୋଇଛନ୍ତି । ତେବେ ଟିମ୍ ଇଣ୍ଡିଆ ପାଇଁ ଭଲ ଖବର ବୋଲି ଚର୍ଚ୍ଚା ହେଉଛି । ତେବେ ବ୍ୟାଟିଂ କୋଚ୍ ଭାବେ ବିକ୍ରମ ରାଥୋଡ ତାଙ୍କ ପଦରେ ରହିବେ ।