୭ଦିନରେ ବାଘୁଣୀ ସ୍ଥାନାନ୍ତର ନହେଲେ ଆନେ୍ଦାଳନ

Oct 22, 2018 - 18:04
 178
୭ଦିନରେ ବାଘୁଣୀ ସ୍ଥାନାନ୍ତର ନହେଲେ ଆନେ୍ଦାଳନ
ଅନୁଗୋଳ, ୨୨/୧୦ (ସକାଳଖବର): ବାଘୁଣୀ ସୁନ୍ଦରୀ ଗୋଟିଏ ପରେ ଗୋଟିଏ ଜୀବନ ନେଇଚାଲିଥିଲେ ମଧ୍ୟ କେନ୍ଦ୍ର ସରାକାର, ରାଜ୍ୟ ସରକାର ଓ ବନ ବିଭାଗ ଏ ଦିଗରେ ଆଦୈା ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଯଦ୍ୱାରା ୨୬ଟା ପଞ୍ଚାୟତର ଲୋକମାନେ ଜୀବନ ଜୀବିକା ନିର୍ବାହ କରିବାରେ ବହୁ କୁପ୍ରଭାବ ପଡ଼ିଛି । ତେଣୁ ବାଘୁଣୀ ଆକ୍ରମଣର ମୃତ ତି୍ରନାଥଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଜଣଙ୍କୁ ନିଯୁକ୍ତି ଓ ବାଘୁଣୀ ସୁନ୍ଦରୀକୁ ୭ଦିନ ମଧ୍ୟରେ ସ୍ଥାନାନ୍ତର ନକଲେ ଜିଲା କଂଗ୍ରେସ ପକ୍ଷରୁ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ଆଜି ଜିଲା କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିନଳନୀରେ ଜିଲା କଂଗ୍ରେସ ସଭାପତି ବିପ୍ଲବ ଜେନା, କଂଗ୍ରେସ ନେତ୍ରୀ ଇଂ. ସସ୍ମିତା ବେହେରା, ସବିତା ଧିର, ଯୁବନେତା ସୁଦୀପ ମିଶ୍ର, ଜିତେନ୍ଦ୍ର ସାହୁ, ବିବେକାନନ୍ଦ ଚାଉଳିଆ ପ୍ରମୁଖ ସୂଚନା ଦେଇଛନ୍ତି । ଏବଂ ବର୍ତ୍ତମାନ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି ସେଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାର ଓ ବନ ବିଭାଗ ସମ୍ପୂର୍ଣ୍ଣ ଦାୟୀବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।